ଧର୍ମପ୍ରାଣା ମହିଳା ଅଞ୍ଜଳି ପାତ୍ରଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା) : ‘ବିଜୟାଞ୍ଜଳି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସ’ର ପ୍ରତିଷ୍ଠାତା ସ୍ୱର୍ଗତ ବିଜୟ ପାତ୍ରଙ୍କ ସହଧର୍ମିଣୀ ଅଞ୍ଜଳି ପାତ୍ରଙ୍କର ୮୪ ବର୍ଷ ବୟସରେ ବୁଧବାର ପରଲୋକ ହୋଇଯାଇଛି । ବୟସାଧିକ ଯୋଗୁଁ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ବାଲେଶ୍ୱର ସହର ଉପକଣ୍ଠ ମେଘଡମ୍ବରସ୍ଥିତ ବାସଭବନରେ ରହି ସେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଆଜି ହଠାତ ଅଧିକ ଖରାପ ହେବା ଦେଖି ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ପକ୍ଷରୁ ଉପକ୍ରମ ହେଉଥିବା ବେଳେ ପୂର୍ବାହ୍ଣ ପ୍ରାୟ ୧୧ଟା ୨୦ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ୨ ପୁଅ ଓ ବୋହୁ, ୬ ଝିଅ ଓ ଜ୍ୱାଇଁଙ୍କ ସମେତ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କର ପାର୍ଥିବ ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ପୁରୀକୁ ନେଇ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । କନିଷ୍ଠପୁତ୍ର ତଥା ବିଜୟାଞ୍ଜଳି ଶିକ୍ଷାନୁଷ୍ଠାନ ସମୂହର ଚେୟାରମ୍ୟାନ ବିଭୁଦେନ୍ଦୁ ପାତ୍ର ମୁଖାଗ୍ନି ଦେଇଥିଲେ । ଜଣେ ଧର୍ମାପ୍ରାଣା ମହିଳା ଭାବେ ତାଙ୍କର ବିୟୋଗରେ ମେଘଡମ୍ବରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ