ଧାନକିଣା ଅବ୍ୟବସ୍ଥା ନେଇ ବିଜେପି କୃଷକ ମୋର୍ଚ୍ଚାର ଦାବିପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲାର ଖରିଫ ଧାନ କିଣାରେ ଅବ୍ୟବସ୍ଥା ଓ ଚାଷୀ ଶୋଷଣ ଡେଉଥିବା ଅଭିଯୋଗ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା କୃଷକ ମୋର୍ଚ୍ଚା ଜିଲା ସଭାପତି କୈଳାସ ଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ସାକ୍ଷାତ ସହ ଜିଲାରେ ଚାଲିଥିବା ଧାନକିଣାରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରିଛି । ବିଶେଷ କରି ଧାନ ବିକ୍ରିର ୨୦ ଦିନ ପର୍ଯ୍ୟନ୍ତ ଚାଷୀଙ୍କ ଜମାଖାତାକୁ ପ୍ରାପ୍ୟ ନ ଆସିବା, ବିଭିନ୍ନ ଆଳ ଦେଖାଇ ମଣ୍ଡିରେ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୮ ରୁ ୧୦ କିଲୋ ଧାନ କାଟି ନେବା, ଚାଷୀଙ୍କୁ ଅଖା-ସୁତୁଲି ନ ଦେବା, ଚାଷୀଙ୍କ ଠାରୁ ଧାର୍ଯ୍ୟ ଟୋକନ ପରିମାଣ ଧାନ କୟ ନ କରିବା ଭଳି ଅବ୍ୟବସ୍ଥା ଯୋଗୁଁ ଚାଷୀକୂଳ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି ବୋଲି ଦଳୀୟ କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ୭ଦିନ ମଧ୍ୟରେ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ନ ମିଳିଲେ ଓ ଅନ୍ୟାନ୍ୟ ସମସ୍ତ ସମସ୍ୟାର ସମାଧାନ କରା ନ ଗଲେ ବିଜେପି କୃଷକ ମୋର୍ଚ୍ଚା ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ମେର୍ଚ୍ଚା ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ମୋର୍ଚ୍ଚା ଜିଲା ସଭାପତି ଶ୍ରୀ ବାରିକ, ବିଜେପି ଜିଲଶ ସଭାପତି ଶ୍ରୀ ମହାପାତ୍ର ଓ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସମେତ ପୂର୍ବତନ ଜିଲା ସଭାପତି ଲମ୍ବୋଦର ନାୟକ, କୃଷକ ମୋର୍ଚ୍ଚା କର୍ମକର୍ତ୍ତା ସୂର୍ଯ୍ୟ ନାରାୟଣ ସାହୁ, ପର୍ଶୁରାମ ପରିଡ଼ା, ସତ୍ୟଜିତ ମିଶ୍ର, ଶ୍ରୀନିବାସ ପ୍ରଧାନ ଆଶିଷ କୁମାର ଘୋଷ, ସସ୍ମିତା ପଣ୍ଡା, ମୃତ୍ୟୁଞ୍ଜୟ ଜେନା, ପ୍ରଶାନ୍ତି ପଣ୍ଡା, ଶୁଭଙ୍କର ମହାପାତ୍ର, ମମତା ମହାପାତ୍ର, ସର୍ବେଶ୍ୱର ମହାନ୍ତି, କମଲ ଲୋଚନ ଦାସ, ରାକେଶ କୁମାର ମହାପାତ୍ର, ନିରାକାର ପଣ୍ଡା, ବିଭୂପଦ ଦାସ, ଈଶ୍ୱର ଚନ୍ଦ୍ର ଦାସ, ନରହରି ବିଶ୍ୱାଳ, କମଳା କାନ୍ତ ସାହୁ, ମଧୁସୂଦନ ଧଳ, ଶୋଭନା ମହାନ୍ତି, ସନ୍ତୋଷ କୁମାର ସେଠୀ, ମିନାକ୍ଷୀ ମହାପାତ୍ର, ଅରୂପ କୁମାର ଜେନା, ଚନ୍ଦ୍ରମଣି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ