ଶିବାନନ୍ଦ ଆଶ୍ରମରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ମହିଳା ସମାବେଶ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ସହିତ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲାର ଜଗତପୁରସ୍ଥିତ ସଦଗୁରୁ ହସପିଟାଲର ସୂନାମଧନ୍ୟ କର୍କଟରୋଗ ବିଶେଷଜ୍ଞ ଡା. ସୈାମ୍ୟରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଭେହଜ, ସ୍ତ୍ରୀ ଓ ପ୍ରସୁତି, ଶିଶୁ ଏବଂ ଛକ୍ଷୁ ବିଭାଗର ବିଶେଷଜ୍ଞ ଓ ଡାକ୍ତରମାନେ ଯୋଗଦେଇ ଶତାଧିକ ସ୍ଥାନୀୟ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଇଥିବା ଏହି ସ୍ୱାସ୍ଥ୍ୟସେବା ଶିବିରକୁ ବରିଷ୍ଠ ସମବାୟବୀତ ପ୍ରମୋଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିସହିତ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ମହିଳା ସମାବେଶରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା, ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି ପ୍ରମୁଖ ଅତିଥର ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଯୋଗଦେଇଥିବା ପ୍ରତିଯୋଗୀ ମହିଳାମାନଙ୍କ ମଧ୍ୟରେ ଗୀତା, ଭାଗବତ ଓ ଲକ୍ଷ୍ମୀପୁରାଣ ପାଠ ସହିତ ଭଜନ, ଜଣାଣ, ସଂଗୀତ ଓ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଜଜ ଭାବରେ ଡଃ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, କରୁଣାକର ଦାସ ଓ ଶ୍ରୀଧର ରାଉତ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରାଯାଇଥିଲା । ବିଗତ ଦୁଇଦିନ ଧରି ଗରାପୁରର ଶିବାୟ ଟ୍ୟୁଟୋରିଆଲ, ତିନିମୁହାଣିର ନ୍ୟୁ ଷ୍ଟାର ଡ୍ୟାନ୍ସ ଏକାଡେମୀ ଓ ଗୁରୁକୂଳ ଶିକ୍ଷା ନିକେତନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ