ଧାନବସ୍ତା ପଡି ମା’ ଓ ଝିଅଙ୍କ ମୃତ୍ୟୁ

ପୁରୀ : ପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନବସ୍ତା ପଡିଯିବାରୁ ଜଣେ ମହିଳା ଓ ତାଙ୍କ ୧୨ ବର୍ଷର ଝିଅର ମୃତ୍ୟୁଘଟିଛି। ପୁରୀ ଜିଲ୍ଲା ବ୍ରହ୍ମଗିରିର ଖଜୁରିଆ ନିକଟ ହୋବା ସାହିରେ ଏଭଳି ଅଘଟଣ ଘଟିଯାଇଛି। ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ଘର ଭିତରେ ଥାକ ମାରି ରଖାଯାଇଥିବା ଧାନବସ୍ତାଗୁଡିକ ତାଙ୍କ ଉପରେ ଖସି ପଡିଥିଲା। ଏହା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ