ଧାନ ଉଠାଣ ଦାବିରେ ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ମାରିଲେ ଚାଷୀ

ଭବାନୀପାଟଣା,(ଓ୍ବାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ର ବିଭିନ୍ନ ମଣ୍ଡି ରେ ଚାଷୀ ମାନଙ୍କ ଧାନ ସବୁ ପଡି ରହିଥିବା ବେଳେ ମଣ୍ଡି ରୁ ଧାନ ଉଠିପାରୁ ନଥିବା ରୁ ଚାଷୀ ମାନଙ୍କ ମଧ୍ୟ ରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଏଭଳି ଏକ ଘଟଣା ଘଟିଯାଇଛି ଧର୍ମଗଡ ବ୍ଲକ ଅନ୍ତର୍ଗତ ଖଇରପଦର ମଣ୍ଡି ରେ । ଚାଷୀ ଙ୍କ ଧାନ ନଉଠିବାରୁ ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ମାରିଛନ୍ତି ଚାଷୀ । ଧର୍ମଗଡ ଉପଖଣ୍ଡ୍ ଠାରୁ ମାତ୍ର ୪ କିମି ଦୁର ରେ ଥିବା ଖଇରପଦର ମଣ୍ଡି ରେ ବର୍ଷ କୁ ଦୁଇଥର ପ୍ୟାକ୍ସ ଜରିଆରେ ଧାନ କିଣାଯାଇଥାଏ । ଏବଂ ପ୍ରତି ବର୍ଷ ଏହି ମଣ୍ଡି ରେ ଚାଷୀ ଙ୍କ ସମସ୍ୟା କୁ ନେଇ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶିତ ହେଲା ପରେ ପ୍ରଶାସନ ତରଫ ରୁ ଧାନ ଉଠାଯାଇଥାଏ । କିନ୍ତୁ ପ୍ରଶାସନ ତରଫ ରୁ କେବେ ମଣ୍ଡି ସମୟ ରେ ସ୍ଥାୟି ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବାରୁ ପୁଣି ଥରେ ବିଗତ ବର୍ଷ ମାନଙ୍କ ଭଳି ଉତ୍ୟକ୍ତ ଚାଷୀ ମାନେ ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ପକାଇଛନ୍ତି ।ଖଇରପଦର ମଣ୍ଡି ରେ ଖଇରପଦର,ସରଧାପୁର,ଗମ୍ଭାରିଗୁଡା ର ଚାଷୀ ମାନେ ଧାନ ବିକ୍ରି କରନ୍ତି । ଏହି ମଣ୍ଡି ଗତ ଗତମାସ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ୧୧୪ ଜଣ ଚାଷୀ ୮୮୭୬.୦୮ କ୍ୱିଣ୍ଟାଲ ଧାନ ପ୍ୟାକ୍ସ ରେ ବିକ୍ରୀ କରିଛନ୍ତି । ବିକ୍ରି ହୋଇଥିବା ଧାନ ସବୁ ଦଲାଲ ଦ୍ୱାରା ଅଣାଯାଇଥିବା ଧାନ ବୋଲି ଚାଷୀ ମାନେ ଅଭିଯୋଗ କରିବା ସହିତ ପ୍ରକୃତ ଚାଷୀ ଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଇ ଧାନ କିଣୁନଥିବା ଚାଷୀ ମାନେ କହିଛନ୍ତି । ଗତ ୯ ତାରିଖ ଦିନ ଚାଷୀ ସନତ କୁମାର ପାତ୍ର ୨୬୦ ବ୍ୟାଗ, ଗତ ୧୦ ତାରିଖ ଦିନ ଶ୍ୟାମସୁନ୍ଦର ସାହୁ ୨୦୪ ବ୍ୟାଗ, ୧୩ ତାରିଖ ଦିନ କାଳିୟଗଞନ ପଣ୍ଡା ୩୦୦ ବ୍ୟାଗ , ଗତ ୧୬ ତାରିଖ ଦିନ ଚିନ୍ମୟ କଲୁମାର ପାତ୍ର ୨୩୦ ବ୍ୟାଗ ଧାନ ଟୋକନ ପାଇ ମଣ୍ଡି କୁ ବିକ୍ରିକରିବାକୁ ଆଣିଥିଲେ । କିନ୍ତୁ ଏହି ଚାଷୀ ମାନଙ୍କୁ ଆଦ୍ରତା ବାହାନା କରି ସେମାନଙ୍କ ଧାନ ନଉଠାଇ ଦଲାଲା ଦ୍ୱାରା କିଣାଯାଇଥିବା ଧାନ କୁ କ୍ରୟ ଅଧିକାରୀ କ୍ରୟ କରିଥିଲେ ବୋଲି ଏହି ଚାଷୀ ମାନେ ଅଭିଯୋଗ କରିଛନ୍ତି ।ଏପରି କି ନିୟନ୍ତ୍ରିତ ବଜାର କମିଟି ତରଫରୁ ଚାଷୀ ମାନଙ୍କୁ ତାରପୋଲିନ,ପାଣିବ୍ୟବସ୍ଥା, ଲାଇଟ ବ୍ୟବସ୍ଥା ଓ ଆବଶ୍ୟକିୟ ଧାନ ବସ୍ତା ଯୋଗାଇଦେବା ପାଇଁ ସରକାରୀ ନିୟମ ରହିଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଫଳରେ ଏଠାରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଚାଷୀ ଙ୍କ ଧାନ ଚୋରି ହେଉଥିବା ମଧ୍ୟ ଚାଷୀ ସନତ ପାତ୍ର,କାଳିୟ ଗଂଜନ ପଣ୍ଡା, ଚିନ୍ମୟ ପାତ୍ର ଶ୍ୟାମସୁନ୍ଦର ସାହୁ ଅଭିଯୋଗ କରିଛନ୍ତି । ମଣ୍ଡି ରେ ଥିବା ଆନୁସାଂଗିକ ସୁବିଧା ଉପରେ ମଣ୍ଡି ଦାୟିତ୍ୱ ରେ ଥିବା ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ସତ୍ୟବାନ ନାଏକ ଙ୍କୁ ପଚାରିବାରୁ ତାରପୋଲିନ ଓ ବସ୍ତା ପ୍ୟାକ୍ସ ଅଧିକାରୀ ଙ୍କୁ ଦିଆଯାଇଛି ସେ କାହାକୁ ବ।ଣ୍ଟିଛନ୍ତି ଏହା ସେ କହି ପାରିବେ ନାହି ବୋଲି କହିଥିଲେ କିନ୍ତୁ ପ୍ରକୃତ ପକ୍ଷେ ଚାଷୀ ଏହା ପାଇନାହାନ୍ତି ବୋଲି ଚାଷୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ