ଧାନ କ୍ରୟ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗୋପୀନାଥପୁର ପଞ୍ଚାୟତ ସ୍ତରୀୟ ମହାସଂଘ
ବାଲେଶ୍ଵର, (ସରୋଜ ପଣ୍ଡା):ଭୋଗରାଇ ବ୍ଲକ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ନାରୀ ସାମୁଖ୍ୟ ପକ୍ଷରୁ ଧାନ କ୍ରୟ ଦାବି କରି ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।ପଞ୍ଚାୟତ ରେ ଥିବା ୮ ଟି ଗ୍ରାମରୁ ଗୋଟିଏ ଗ୍ରାମର ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ପାଇଁ CSO ଅନୁମତି ଦେଇଥିବା ବେଳେ ଅନ୍ୟ ସାତ ଟି ଗ୍ରାମର ୬୦୦ ରୁ ଉର୍ଦ୍ଧ ଚାଷୀଙ୍କ ଧାନ କ୍ରୟ ନେଇ ଅନୁମତି ମିଳିନାହିଁ।ଉକ୍ତ ଚାଷୀଙ୍କ ଧାନ GPLF ଙ୍କ ଦ୍ଵାରା କ୍ରୟ ପାଇଁ ଅନୁମତି ଦିଆଯିବା ଦାବି କରି ନାରୀ ସାମୁଖ୍ୟ GPLF ସଭାପତି ମିତାଲି ମହାନ୍ତି,ସମ୍ପାଦିକା ପ୍ରତିମା ରାଣୀ ଦାସ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।


