ନକରାତ୍ମକ ଭୂମିକାରେ ଛାଇଲେ ଶାହିଦ୍‌

ମୁମ୍ବାଇ : ୨୦୦୩ରେ ଫିଲ୍ମ ‘ଇସ୍କ ଭିସ୍କ’ରୁ କ୍ୟାରିୟର ଆରମ୍ଭ କରିଥିବା ଶାହିଦ୍‌ କପୁର ଫେବୃଆରୀ ୨୫ରେ ନିଜର ୩୯ତମ ଜନ୍ମଦିନ ପାଳନ କରିଛନ୍ତି । ନିଜର ଚକଲେଟ୍‌ ଇମେଜ୍‌ ଏବଂ କୁ୍ୟଟ୍‌ ଲୁକ୍ସ ଯୋଗୁ ଶାହିଦ୍‌ଙ୍କୁ ସର୍ବଦା ଫିଲ୍ମରେ ରୋମାଣ୍ଟିକ୍‌ ଲଭର୍‌ ଭୂମିକାରେ ଦେଖିବାକୁ ମିଳୁଥିଲା । ତେବେ ଡେବୁ୍ୟ ଫିଲ୍ମ ହିଟ୍‌ ହେବା ପରଠାରୁ ତାଙ୍କୁ ବଲିଉଡର ଶାହରୁଖ୍‌ ଖାନ୍‌ଙ୍କ ସହ ତୁଳନା କରାଯାଇଥିଲା । କିନ୍ତୁ ପରେ ନିଜର ଏହି ଇମେଜ୍‌ଠାରୁ ଦୂରେଇ ସେ ବିଭିନ୍ନ ଭୂମିକା ନିଭାଇବା ଆରମ୍ଭ କଲେ । ୨୦୦୯ରେ ଆସିଥିବା ତାଙ୍କ ଅଭିନୀତ ‘କମିନେ’ରେ ତାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରିଥିଲେ ଫିଲ୍ମ ସମୀକ୍ଷକ ଏବଂ ଦର୍ଶକ । ଏହି ଫିଲ୍ମଟି ତାଙ୍କର କ୍ୟାରିୟର୍‌ର ଏକ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା । ଏହାର ପାଞ୍ଚ ବର୍ଷ ପରେ ବିଶାଲ ଭରଦ୍ୱାଜ୍‌ଙ୍କ ଫିଲ୍ମ ‘ହୈଦର’ ମୁକ୍ତିଲାଭ କରିଥିଲା । ଯାହାକୁ ଫିଲ୍ମ ସମୀକ୍ଷକଙ୍କ ତରଫରୁ ତାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରାଯାଇଥିଲା । ଏହାର ଦୁଇ ବର୍ଷ ପରେ ଶାହିଦ୍‌ ‘ଉଡ୍‌ତା ପଞ୍ଜାବ’ ଫିଲ୍ମରେ ଏକ ଡ୍ରଗ୍‌ ଆଡିକ୍ଟ ରକ୍‌ଷ୍ଟାରଙ୍କ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମଟି ବକ୍ସଅଫିସ୍‌ରେ ସୁପରହିଟ୍‌ ମଧ୍ୟ ହୋଇଥିଲା । ଏହାର ତିନି ବର୍ଷ ପରେ ଅର୍ଥାତ୍‌ ୨୦୧୯ରେ ରିଲିଜ୍‌ ହେଲା ଫିଲ୍ମ ‘କବୀର ସିଂ’ । ଏଥିରେ ତାଙ୍କର ଭୂମିକାକୁ ମଧ୍ୟ ବେଶ୍‌ ପସନ୍ଦ କରାଯିବା ସହ ଏହା ଗତବର୍ଷର ସବୁଠାରୁ ବଡ଼ ସଫଳତା ପାଇଥିବା ଫିଲ୍ମରେ ସାମିଲ ହୋଇଥିଲା । ଯାହା ପ୍ରାୟ ୩୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା । ବର୍ତ୍ତମାନ ଶାହିଦ୍‌ଙ୍କ ନିକଟରେ ଗୌତମ ତିନ୍ନାନୁରୀଙ୍କ ଫିଲ୍ମ ‘ଜର୍ସୀ’ ରହିଛି । ଏଥିରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ମୃଣାଲ ଠାକୁର ଅଭିନୟ କରୁଛନ୍ତି । ଏହାବ୍ୟତୀତ ତାଙ୍କ ନିକଟରେ ନିଦେ୍ର୍ଦଶକ କ୍ରିଷ୍ଣା ଡିକେଙ୍କ ଫିଲ୍ମ ‘ଫର୍ଜି’ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ