ଆଦିବାସୀ ଭୂମିକାରେ ନଜର ଆସିବେ ପୁଲକିତ୍‌

ମୁମ୍ବାଇ : ଅନୀସ୍‌ ବାଜ୍‌ମୀଙ୍କ ମଲ୍ଟିଷ୍ଟାରର୍‌ କମେଡି ଫିଲ୍ମ ‘ପାଗଲ୍‌ପନ୍ତି’ ପରେ ପୁଲକିତ୍‌ ସମ୍ରାଟଙ୍କୁ ବର୍ତ୍ତମାନ ଆଦିବାସୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ସେ ଫିଲ୍ମ ‘ହାଥୀ ମେରେ ସାଥୀ’ରେ ଜଙ୍ଗଲ ଏବଂ ଜଙ୍ଗଲର ବାସିନ୍ଦାଙ୍କ ସୁରକ୍ଷା କରୁଥିବା ନଜର ଆସିବେ । ଏହି ଫିଲ୍ମର ଏକ ପୋଷ୍ଟର ଏଇ ନିକଟରେ ରିଲିଜ୍‌ ହୋଇଥିଲା । ଏଥିରେ ପୁଲ୍‌କିତ ଆଦିବାସୀ ଯୁବକ ବେଶରେ ଦେଖାଯାଉଛନ୍ତି । ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡ଼ିଓ ମଧ୍ୟ ସେୟାର୍‌ କରିଛନ୍ତି ଯେଉଁଥିରେ ସେ ଜଙ୍ଗଲର ଜୀବଜନ୍ତୁଙ୍କ ସହ ତାଙ୍କୁ ଦେଖିବାକୁ ମିଳୁଛି । ଏହି ଫିଲ୍ମଟିକୁ ପ୍ରଭୁ ସୋଲୋମନ ନିଦେ୍ର୍ଦଶନା ଦେଉଛନ୍ତି । ଆସାମ୍‌ର କାଜିରଙ୍ଗାଠାରେ ହାତୀଙ୍କ ସହିତ ହୋଇଥିବା ଅମାନୁଷିକ ଅତ୍ୟାଚାରକୁ ନେଇ ଏହି ଫିଲ୍ମଟିର କାହାଣୀ ଆଧାରିତ । ସୂଚନା ମୁତାବକ, ପୁଲକିତ୍‌ଙ୍କ କ୍ୟାରେକ୍ଟରର ନାମ ଏହି ଫିଲ୍ମରେ ଶଙ୍କର ରହିଛି । ପୁଲକିତ୍‌ଙ୍କ ବ୍ୟତୀତ ରାଣା ଡଗୁପତି ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ରାଣା ଏହି ଫିଲ୍ମରେ ବାନ୍‌ଦେବଙ୍କ ଭୂମିକାରେ ଅଛନ୍ତି । ଜଙ୍ଗଲର ଜୀବଜନ୍ତୁଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ ତାହା ହେଉଛି ଦୁହିଁଙ୍କର ମୁଖ୍ୟ ଦାୟିତ୍ୱ । ଏହି ଫିଲ୍ମରେ ଜୋୟା ହୁସେନ୍‌ ଏବଂ ଶ୍ରୀୟା ପିଲଗାୱଙ୍କର ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମଟି ଅପ୍ରିଲ୍‌ ୨ରେ ମୁକ୍ତିଲାଭ କରୁଛି । ତାମିଲରେ ‘କାଡ଼ନ୍‌’ ଏବଂ ତେଲୁଗୁ ଭାଷାରେ ଏହି ଫିଲ୍ମର ନାମ ‘ଆରଣ୍ୟ’ ନାମ ରଖାଯାଇଛି । ଏହି ଫିଲ୍ମ ବ୍ୟତୀତ ପୁଲ୍‌କିତ୍‌ ବେଜୟ ନାମ୍ବିଆରଙ୍କ ଫିଲ୍ମ ‘ତେଶ୍‌’ରେ ନଜର ଆସୁଛନ୍ତି । ଏଥିରେ ସେ ପୁଣିଥରେ ଅଭିନେତ୍ରୀ କୃତି ଖର୍‌ବନ୍ଦାଙ୍କ ସହିତ କାମ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ