ନଜୱାନ ୟୁନିଅନ ପକ୍ଷରୁ ପ୍ରଣବ ପ୍ରକାଶଙ୍କୁ କୃତଜ୍ଞତା

କେନ୍ଦ୍ରାପଡା : ସହରର ଫକିରାବାଦ ମସଜିଦର ବିକାଶ ନିମନ୍ତେ ଗତ ୫ମାସ ତଳେ ନଜୱାନ ୟୁନିଅନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ସେହି ଦାବିକୁ ବିଚାର କରି ମସଜିଦର ଉନ୍ନୟନ ନିମନ୍ତେ ଅନୁଦାନ ଘୋଷଣା କରିଥିଲେ । ନଜୱାନ ୟୁନିଅନ ପକ୍ଷରୁ ଯାଜପୁର ଜିଲ୍ଲାର ଭୂଇଁପୁର ଅଂଚଳରେ ବିଜେଡି ସଂଗଠନ ଦାୟିତ୍ୱରେ ଥିବା ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଦାନ ପ୍ରଦାନ ଓ ସହଯୋଗ ନିମନ୍ତେ ତାଙ୍କୁ ଶୁଭେଛା ଓ କୃତଜ୍ଞତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ନଜୱାନ ୟୁନିଅନର ମୀର ମହମ୍ମଦ ଅମୀର ବିଜେଡି ସାଧାରଣ ସମ୍ପାଦକ ଦାସଙ୍କୁ କେନ୍ଦ୍ରାପଡାରେ ସଂଖ୍ୟାଲଘୁ ସଂପ୍ରଦାୟର ସଂଗଠନକୁ ମଜଭୁତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ । ଯାଜପୁର ନିର୍ବାଚନ ମଣ୍ଡଳିର ସେକ ଅହେସାନ, ଅବଦୁଲ ମୋତିମ, ଆସାହାବୁଲ ହକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ