ନଦୀ ପାଣିରେ ତିଆରି ହୋଇଛି ଜୋତା
ବଜାରରେ ଭିନ୍ନ ଭିନ୍ନ ରକମର ଜୋତା ବିକ୍ରି ହେଉଛି । କିନ୍ତୁ ନାଇକ୍ କମ୍ପାନୀ ସବୁବେଳେ ଗ୍ରାହକଙ୍କ ପାଇଁ ନୂଆ କିଛି କରି ବଜାରକୁ ଛାଡ଼ିଥାଏ । ଏବେ ଏହି କମ୍ପାନୀ ୯୭ ହଳ ନୂଆ ଜୋତା ବଜାରକୁ ଛାଡ଼ିଛି । ଜୋତାର ସ୍ୱତନ୍ତ୍ରତା ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ସାଧାରଣତଃ ଜୋତାଗୁଡ଼ିକ ଚମଡ଼ା କିମ୍ବା ପ୍ଲାଷ୍ଟିକରେ ତିଆରି ହୋଇଥାଏ । କିନ୍ତୁ ନାଇକ୍ କମ୍ପାନୀ ଏବେ ଯେଉଁ ଜୋତା ତିଆରି କରିଛି, ସେଥିରେ ନଦୀର ପାଣି ବ୍ୟବହାର ହୋଇଛି । ଏହାର ଦାମ୍ ମଧ୍ୟ ସେତିକି ଅଧିକ । ପ୍ରାୟ ୩ ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨ ଲକ୍ଷରୁ ଊଦ୍ଧ୍ୱର୍ । ଏହି ଜୋତାର ଡିଜାଇନ୍ କରିଛନ୍ତି ବ୍ରୁକ୍ଲିନ୍ । ଧଳାରଙ୍ଗର ଜୋତାରେ ନୀଳ ରଙ୍ଗର ଦୁଇ ପାଶ୍ୱର୍ରେ ଦୁଇଟି ଧାର ରହିଛି, ଯେଉଁଥିରେ ଜୋର୍ଡାନ୍ ନଦୀର ପାଣି ବ୍ୟବହାର କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।


