ମୁମ୍ବାଇ ବ୍ୟବସାୟୀକ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ
ମୁମ୍ବାଇ: ମୁମ୍ବାଇର ଅନ୍ଧେରି ଠାରେ ଥିବା ଏକ ବଡ ବ୍ୟବସାୟୀକ କମ୍ପେ୍ଲକ୍ସର ୨୨ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଖବର ଦ୍ରୁତ ଗତିରେ ବ୍ୟାପିବା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଅଗ୍ନିକାଣ୍ଡରେ କେହି ମୃତାହତ କିମ୍ଭା ଆହାତ ହୋଇନଥିବା ଜଣାପଡିଛି । ତେବେ ବିଲିଂରେ ଅନେକ ଲୋକ ଫସିରହିଥିବା ଜଣାପଡିଛି । ଅଗ୍ନିକାଣ୍ଡ କିପରି ଘଟିଲା ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ସଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।


