ନବୀନଙ୍କ କଳାହାଣ୍ଡି ଗସ୍ତର ସଫଳତା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ଧ୍ରୁବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ମହାମାରୀ କେରୋନାକୁ ସଫଳ ମୁକାବିଲା କରି ସମଗ୍ର ବିଶ୍ୱରେ ରୋଲ ମଡେଲ ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଗାଇଡଲାଇନକୁ ସମ୍ମାନ ଦେଇ ନବୀନ ନିବାସରୁ ଭିଡିଓ କନଫରେନ୍ସ ଯୋଗେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରୁଥିଲେ । ଓଡିଶାରେ କରୋନା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହେବା ଓ ପ୍ରତିଷେଧକ ଟୀକା ଆସିବା ପରେ ପ୍ରଥମ ଥର ପାଇଁ ୨ମାସ ପରେ ବିଜେଡି ସୁପ୍ରୀମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ମକରସଂକ୍ରାନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ବହୁ ଚର୍ଚ୍ଚିତ ଇନ୍ଦ୍ରାବତୀ ପ୍ରକଳ୍ପ ଉଦଘାଟନ କରିବା ସହିତ ଜନସମାବେଶରେ ଯୋଗ ଦେଇଛନ୍ତି । ଆଗାମୀ ପୈାର ଓ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ନବୀନଙ୍କ ଗସ୍ତ ଯଥେଷ୍ଟ ରାଜନୈତିକ ଗୁରୁତ୍ୱ ବହନ କରୁଛି । ସୁପ୍ରୀମୋଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ନବୀନଙ୍କ ଯୁବ ବୀଗ୍ରେଡ ପୁରାଦମରେ ଲାଗିପଡିଛନ୍ତି । ନବୀନ ବୀଗ୍ରେଡର ଅନ୍ୟତମ ସଦସ୍ୟ ରାଜନଗରର ଯୁବ ବିଧାୟକ ଧ୍ରୁବ ଚରଣ ସାହୁ ଗତ ୩ଦିନ ହେବ କଳାହାଣ୍ଡିରେ ରହି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଭିନ୍ନ ପଂଚାୟତ ଗସ୍ତକରି କ୍ଷେତ୍ର ପ୍ରସ୍ତୁତ କରିବା ସହିତ ବିଜେଡି ନେତା, କର୍ମୀ, ଛାତ୍ର, ଯୁବକ, ମହିଳା, ଶ୍ରମିକ ଓ ପଛୁଆ ବର୍ଗଙ୍କୁ ସଂଗଠିତ କରିବାରେ ସଫଳ ହୋଇଛନ୍ତି । ଧ୍ରୁବଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲା ର ରାଜନଗର, ପଟ୍ଟାମୁଣ୍ଡାଇ ପ୍ରଭୃତି ଅଚଂଳର ବହୁ ଯୁବଛାତ୍ରକର୍ମୀ ଏଥିରେ ସାମିଲ ହୋଇଥିବା ଦେଖାଯାଇଛି । କୋଭିଡ କଟକଣା ଯୋଗୁଁ ଦୀର୍ଘଦିନ ପରେ ନବୀନଙ୍କ କଳାହାଣ୍ଡି ଗସ୍ତ ଓଡିଶା ରାଜନୀତିରେ ପ୍ରଭାବ ପକାଇବ ବୋଲି ଏବେଠୁ ବିରୋଧୀ ଶିବିରରେ ଆଶଙ୍କା ପ୍ରକାଶ ପାଇଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ