ନବୀନଙ୍କ ‘ମୋ ଘର’ ଯୋଜନା ଫେଲ ମାରିଲା

ହାଟଡିହିି, (ବିକାଶ ବିଶ୍ୱାଳ ) : ନବୀନଙ୍କ ମୋ ଘର ଯୋଜନା ଫେଲ ମାରିଲା । ଯୋଜନା କାର୍ଯ୍ୟକାାରୀ ହେବାର ୬ମାସ ବିତିଯାଇ ଥିଲେବି ଜଣେବି ହିତାଧିକାରୀଙ୍କୁ ଘର ଋଣ ମିଳିଲାନି । ହିତାଧିକାରୀ ମାନେ ବାରମ୍ବାର ବ୍ଲକକୁ ଆସି ଋଣ କୁଆଡେ ଗଲା ବୋଲି କର୍ତ୍ତୁପକ୍ଷଙ୍କୁ ପଚାରି ପଚାରି ନିରାଶ ହୋଇ ଫେରୁଛନ୍ତି । ସୁଚନାରୁ ଅନୁଯାଇ ଗତ ଜୁନ ମାସରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ବାବଦରେ ଘୋଣୋ କରିବା ପରେ ହାଟଡିହି ବ୍ଲକରୁ ୨୩୯୧ଜଣ ହିତାଧିକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ ୧୭୦୧ଜଣ ହିତାଧିକାରୀ ଆବଶ୍ୟକ କାଗଜପତ୍ର ଦେଇ ମୋଘର ଯୋଜନାର ଘର ଲୋନ ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ୫୧୯ଜଣ ହିତାଧିକାରୀଙ୍କ ଘର ଭେରିଫିକେସନ କରାଯାଇଥିଲା । ୪୧୭ଜଣଙ୍କ ପ୍ଲାନ ଓ ଏଷ୍ଟିମେଟ ଜିଲ୍ଲା ପ୍ରଶାସନ ନିକଟକୁ ପଠାଯାଇଥିଲା । ତନ୍ମଧ୍ୟରୁ ୩୬୬ଜଣଙ୍କ ଘରକୁ ଜିଓ ଟ୍ୟାଗ କରାଯିଂବା ସହିତ ୨୯୬ଜଣଙ୍କୁ ଋଣ ପ୍ରଦାନ ପାଇଁ ଅନୁମୋଦିତ କରାଯାଇଥିଲା । କିନ୍ତୁ ବ୍ୟାଙ୍କ ସହଯୋଗ ନକରିବାରୁ ଆଜି ପର୍ଯ୍ୟନ୍ତ ଜଣେ ବି ହିତାଧିକାରୀଙ୍କୁ ଘର ତିଆରି ପାଇଁ ଋଣ ମିଳିଲାନି । ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନବୀନ ସରକାରଙ୍କ ଏହି ଯୋଜନା ଫେଲ ମାରିବା ଏହା କେବଳ ଧୁଆଁବାଣ ବୋଲି ହିତାଧିକାରୀମାନେ ଖୁଲାମଖୁଲା ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ