ନବୀନ ସରକାରଙ୍କ ପ୍ରତ୍ୟେକ ନୂତନ ଯୋଜନା ଅନ୍ୟଙ୍କୁ ପ୍ରେରଣା ଦିଏ – ବ୍ରହ୍ମପୁର ସାଂସଦ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ ନୂତନ ଯୋଜନା ଓ ଜନ ହିତକର କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହୋଇଥାଏ । ଲୋକ ଆଶା କରିନଥିବା କଥାକୁ କାର୍ଯ୍ୟରେ ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସବୁବେଳେ ଚକିତ କରିଥାନ୍ତି । ପ୍ରତ୍ୟେକଟି ଜନ ହିତକାରୀ ଯାଜନାରେ ନୂତନତ୍ୱ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକଟି ଜନମଙ୍ଗଳ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣୀୟ । ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟଳୟରେ ଆୟୋଜିତ ଧନ୍ୟବାଦ ଅର୍ପଣ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଯୋଗଦେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମେଡିକାଲ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ବ୍ୟବସ୍ଥା ଓଡିଶା ସରକାର ଗ୍ରହଣ କରିଛନ୍ତି । ଏହା ମନ୍ତ୍ରୀମଣ୍ଡଳ ବୈଠକରେ ଗୃହୀତ ହୋଇଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇବା ଉଦ୍ଦେଶ୍ୟରେ ଏକ ସମାଗମ ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷକ ଡ. ବୃଷକେତୁ ଦାଶଙ୍କ ପୌରହିତ୍ୟରେ ଅନୁ୍ଷ୍ଠିତ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ସମାବେଶରେ ମହାରାଜାଙ୍କ ବାଳିକା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜି. ସୁଦର୍ଶନ ରାଓ, ଏମ୍.ଏମ୍. ହାଇସ୍କୁଲ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା, ବିଜ୍ଞାନ ନିରୀକ୍ଷକ ସ୍ୱାତ୍ମିକ ପଟ୍ଟନାୟକ, ରାଜଜେମା କଲ୍ୟାଣୀ ଗଜପତି ମଞ୍ଚାସୀନ ହୋଇଥିଲେ ।


