ପାରଳା ମହାରାଜା ହାଇସ୍କୁଲର ୮୨ ମ୍ୟାଟ୍ରିକ ବ୍ୟାଚ୍ର ବନ୍ଧୁମିଳନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡିସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୨ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ରଙ୍କ ବନ୍ଧୁମିଳନ ପାରଳାଖେମୁଣ୍ଡି ନିକଟସ୍ଥ ହୋମଫାର୍ମ ଠାରେ ଅନୁଷ୍ଠିତ ହୋଇଛି । ଦୀର୍ଘ ୩୮ ବର୍ଷ ପରେ ନବବର୍ଷ ଅବ୍ୟବହିତ ପୂର୍ବରୁ ବନ୍ଧୁମାନେ ଏକାଠି ହୋଇଥିବାରୁ ସେମାନଙ୍କ ମଧ୍ୟରେ ବିଭିିନ୍ନ ଆଲୋଚନା କରିବା ସହ ଦୀର୍ଘ ବର୍ଷର ବନ୍ଧୁଙ୍କୁ ଏକାଠି ପାଇ ପରସ୍ପର ମଧ୍ୟରେ ଆଲିଙ୍ଗନ କରିବା ସହ ଅତି ଆନନ୍ଦରେ ବନ୍ଧୁମିଳନ ହୋଇଥିଲା । ଏହି ଅବସରରେ ହୋମଫାର୍ମ ଠାରେ ବଣଭୋଜିର ଆୟୋଜନ ହୋଇଥିଲା । ଏହି ବିଦ୍ୟାଳୟର ଛାତ୍ରମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି । ଗଜପତି ଜିଲ୍ଲା ତଥା ପାରଳାଖେମୁଣ୍ଡି ସହର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଆସନ୍ତାବର୍ଷ ପ୍ରାୟ ଶହେ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କାର୍ଯ୍ୟକ୍ରମର ଆବାହକ ଗୌରଚନ୍ଦ୍ର ମହାପାତ୍ର ସୁଶାନ୍ତ କୁମାର ପାଳ କହିଛନ୍ତି ।


