ନମ୍ରତାଙ୍କୁ ଭୂମିକନ୍ୟା ପୁରସ୍କାର

ଭୁବନେଶ୍ବର : ଓଲିଉଡ୍‌ ତଥା ଟେଲି ଅଭିନେତ୍ରୀ ନମ୍ରତା ଦାସଙ୍କୁ ଭୂମିକନ୍ୟା ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ସହ ତାଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନ୍‌ (ଓସିଏଏ) ପକ୍ଷରୁ ଆସନ୍ତା ୨୬ ତାରିଖରେ ଉତ୍କଳ ମଣ୍ଡପରେ ହେବାକୁ ଯାଉଥିବା ବାର୍ଷିକ ଉତ୍ସବରେ ନମ୍ରତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଓସିଏଏର ସମ୍ପାଦକ ଶ୍ରୀତମ ଦାସ, ବରିଷ୍ଠ ଅଭିନେତା ସୁରେଶ ମିଶ୍ର ଓ ଅଭିନେତା ଆକାଶ ଦାସନାୟକ ଏହି ସୂଚନା ଦେଇଛନ୍ତି। ଓଡ଼ିଆ ସିନେମାକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହି ବାର୍ଷିକ ଉତ୍ସବରେ ବିନୋଦିନୀ ଦେବୀ, କୁଞ୍ଜଲତା ଦାସ, ପ୍ରମୋଦା ଦାସ, ସନ୍ଧ୍ୟା ଦେବୀ, ମୀରା ମହାନ୍ତି, ବାସନ୍ତୀ ପଟ୍ଟନାୟକ, ସୌଦାମିନୀ ପଟ୍ଟନାୟକ, ଶାନ୍ତିଲତା ପାଢ଼ୀ, ବୀଣାପାଣି ସିଂହ, ଜ୍ୟୋତ୍ସ୍ନାମୟୀ ସେନାପତି, ସସ୍ମିତା ସିଂହ, ଲକ୍ଷ୍ମୀପ୍ରିୟା ମିଶ୍ର ଓ ମନୋରମା ମହାନ୍ତିଙ୍କୁ ଓସିଏଏ ପକ୍ଷରୁ କଳାକାର ପେନ୍‌ସନ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏହି ଅବସରରେ ନୃତ୍ୟ ଗୀତ ସହିତ ମନୋରଞ୍ଜନ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ