ନାଉଗାଁରେ ଉତ୍କଳ ସାମ୍ବାଦିକ ସଂଘର ବୈଠକ ଅନୁଷ୍ଠିତ

ନାଉଗାଁ, (ୱାଇଏନ୍‌ଏସ୍‌): ଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନାଉଗାଁ ଶାଖାର ସାମ୍ବାଦିକଙ୍କୁ ନେଇ ନାଉଗାଁସ୍ଥିତ କାଦମ୍ବିନୀ ମଣ୍ଡପ ଠାରେ ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ରାଧାକାନ୍ତ ମିଶ୍ର,କୋଷାଧ୍ୟକ୍ଷ ମାନସ କାନୁନଗୋ,କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ଦାଶ, ରମାକାନ୍ତ ପରିଜା ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ନାଉଗାଁରୁ ନୂତନ ଭାବେ ସଂଘରେ ଯୋଗ ଦେଇଥିବା ଖବରଦାତା ନିରଞନ ସାହୁ ଓ ତାପସ କୁମାର ଦାସଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଜିଲ୍ଲା ସଭାପତି ସମ୍ବର୍ଦ୍ଧିତ କରିଥିଲେ । ପରେ ଆୟୋଜିତ ସଭାରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ସତ୍ୟ ଖବର ପ୍ରକାଶ ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ସେହିପରି ଗଣମାଧ୍ୟମ ମାଧ୍ୟମରେ ନିଜ ଅଂଚଳର କିଛି ଉନ୍ନତିମୂଳକ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ସମସ୍ୟାକୁ ପ୍ରତିପାଦନ କରିବା ସମସ୍ତ ଖବରଦାତାମାନଙ୍କର ଲକ୍ଷ୍ୟ ହେବା ଉଚିତ ବୋଲି ଯୋଗ ଦେଇଥିବା ଜିଲ୍ଲା ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ନାଉଗାଁ ଶାଖାର ଦେବଜ୍ୟୋତି ମହାନ୍ତି, ପ୍ରଦୋଷ ମହାନ୍ତି, ସୁଧା ବେହୁରା, ନିରଞନ ସାହୁ, ତାପସ ଦାସ ଆଦି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ