ନାଉଗାଁ ବ୍ଲକ ବିଜେପିର ମିଶ୍ରଣ ପର୍ବ
ନାଉଗାଁ,(ଓ୍ବାଇଏନ୍ଏସ୍) : ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଂଚାୟତର ନହଡିପଡା ଗ୍ରାମରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅଲଣା ମଣ୍ଡଳ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜଗତସିଂହପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ ଯୋଗ ଦେଇ ବିଭିନ୍ନ ଦଳର କର୍ମୀମାନଙ୍କୁ ଦଳୀୟ ଉତରୀୟ ଓ ପୁଷ୍ପଗୁଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି ପର୍ବରେ ଦିଲ୍ଲିପ ଭୋଇ, ସମ ଭୋଇ, ଆଶିଷ ଦାସ, ଭାଷ୍କର ମଲ୍ଲିକ, କୁନା ଭୋଇ, ପ୍ରଦୀପ ଭୋଇ, ପଙ୍କଜ ଭୋଇ, ଶଶିକାନ୍ତ ପରିଡା, ତ୍ରିଲୋଚନ ସେଠୀଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କର୍ମୀ ବିଜେପିରେ ସାମିଲ ହେବା ସହିତ ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଥିଲେ । ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରାର୍ଥୀ ଦାସଙ୍କ ସମେତ ସୁଶାନ୍ତ ମଲ୍ଲିକ, ସୁଶାନ୍ତ ମହାନ୍ତି, ଲୋଚନ ସେଠୀ, ଦେବାଶିଷ ରାୟ, ଅନନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।


