ନାଏବ ସରପଂଚ ଭାବେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେଲେ ଅର୍ଜୁନ ପଣ୍ଡା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :- ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଂଚାୟତରେ ଗତ ମାର୍ଚ୍ଚ ୧୧ତାରିଖରେ ଅନୁଷ୍ଠିତ ନାଏବ ସରପଂଚ ନିର୍ବାଚନକୁ କୋରମ ଅଭାବରୁ ନିର୍ବାଚନକୁ ବାତିଲ କରାଯାଇଥିଲା । ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଶନିବାର ପୂର୍ଣ୍ଣବାର ନିର୍ବାଚନ କରାଯିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏହି ନିର୍ବାଚନରେ ନାଏବ ସରପଂଚ ଭାବେ ଅର୍ଜୁନ ପଣ୍ଡା ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ପଂଚାୟତ କାର୍ଯ୍ୟାଳୟରେ ପଂଚାୟତ ନିର୍ବାଚନ ଅଧିକାରୀ ଅମର ମଲ୍ଲିକଙ୍କ ନିକଟରେ ଅର୍ଜୁନ ପଣ୍ଡା ନାମାଙ୍କତ ପତ୍ର ଦାଖଲ କରିଥିଲେ । ନିର୍ବାଚନ ପଦ୍ଧତି ଅନୁସାରେ ନିର୍ବାଚନ ଅଧିକାରୀ ଶ୍ରୀ ମଲ୍ଲିକ ତାଙ୍କ ପ୍ରାର୍ଥୀପତ୍ର ଯାଂଚ କରିଥିଲେ । ଏକମାତ୍ର ପ୍ରାର୍ôଥ ଭାବେ ଶ୍ରୀ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଥିବାରୁ ତାଙ୍କୁ ବିଜୟ ଘୋଷାଣା କରାଯାଇଥିଲା । ନାଏବ ସରପଂଚ ଶ୍ରୀ ପଣ୍ଡାଙ୍କୁ ସରପଂଚ ସଂଧ୍ୟାରାଣୀ ବେହେରା, ସମିତି ସଭ୍ୟ ପପୁରଂଜନ ମଲ୍ଲିକ, କରୁଣାକର ନାୟକ, ବିଜୟ ବେହେରା, ମିହିର ସ୍ୱାଇଁ, ବିବେକାନନ୍ଦ ବାରିକ, ପୂର୍ବତନ ସମିତି ସଭ୍ୟ ଲୋଚନ ବିଶ୍ୱାଳ, ଯୁବନେତା କୃପାସିନ୍ଧୁ ଦାସ, ନିରଂଜନ ସାହୁ, ଅଶାନ୍ତ ବେହେରା, ଭୋଳାନାଥ ସ୍ୱାଇଁ ପ୍ରମୁଖ ପୁଷ୍ପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ନିର୍ବାଚନ ଅଧିକାରୀ ଶ୍ରୀ ମଲ୍ଲିକଙ୍କୁ ଏହି ନିର୍ବାଚନ ପରିଚାଳନାରେ ପିଇଓ ଚିତରଂଜନ ପରିଡା ସହଯୋଗ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ