ନାଗରିକ ବିକାଶ ସଂଗଠନ ପକ୍ଷରୁ ଦାବିପତ୍ର

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ର ବିଭିନ୍ନ ଗ୍ରାମରେ ରହିଥିବା ପାନୀୟ ଜଳର ସମସ୍ୟା, ନଳକୂପ ମରାମତି, ନୂତନ ନଳକୂପ ସ୍ଥାପନ ନିମନ୍ତେ ସୋଲାର ନଳକୂପ ମଞ୍ଜୁରୀ କରିବା ଓ ଏଡ଼ବ୍ଲୁସି ର ଭିତ୍ତି ପ୍ରସ୍ତର ସ୍ଥାପନ ସହିତ କିଶୋରୀ ବାଳିକା ମାନଙ୍କ କୁପୁଷଣ ଦୁର କରିବା ଆଦି ସମସ୍ୟା ର ସ୍ଥାୟୀ ସମାଧାନ ନିମନ୍ତେ ଭବାନୀପାଟଣା ବ୍ଲକର ସଂଗଠନ ର ନାରିନେତ୍ରୀ ମାନେ ହାତରେ ପ୍ଲେ କାର୍ଡ ଧରି ବିଭିନ୍ନ ନାରା ଦେଇ ସହର ପରିକ୍ରମା କରି ଶେଷରେ ବ୍ଲକ କାଯ୍ୟଳୟ ରେ ପହଞ୍ଚି ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ନାଗରିକ ବିକାଶ ସଂଗଠନ ର କୁନି ନାଏକ, ତିଲୋତ୍ତମା ମାଝୀ, କବିତା ଶବର, ସୁଶୀଲ ମାଝୀ, ଜନତା ମାଝୀ, କୁନ୍ତୀ ମାଝୀ ସମେତ ସଂଗଠନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ