ନାଟଙ୍ଗାରେ ଶତବାର୍ଷିକ ସାଂସ୍କୃତିକ ମହାସଭା ଶୁଭାରମ୍ଭ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜର ଶତବାର୍ଷିକ ସାଂସ୍କୃତିକ ମହାସଭା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନେଟଙ୍ଗା ଠାରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଉଦଘାଟନ କରିଛନ୍ତି l କୁଳାଧିପତି ପ୍ରହଲ୍ଲାଦ ଲେଙ୍କା କୂଳଧ୍ଵଜା ଉତ୍ତୋଳନ କରି ମହାସଭା ଆରମ୍ଭ ପାଇଁ ଅନୁମତି ପ୍ରଦାନ କରିଥିଲେ l ମୁଖ୍ୟଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବେଲଗୁଣ୍ଠା ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷା ଯୋତ୍ରୀମୟୀ ସ୍ୱାଇଁ, ଆସିକା ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକ, ମୁଖ୍ୟ ନିର୍ବାଚନ ଅଧିକାରୀ ଶିବ ନାହକ, ମୁଖ୍ୟ ସମୀକ୍ଷକ କାଳୁ ଚରଣ ମହାନ୍ତି, ନାଟଙ୍ଗା ମଣ୍ଡଳ ସଭାପତି ଦିବ୍ୟାଲୋଚନ ବିଶ୍ୱାଳ ସ୍ୱାଗତ ସମ୍ଭlଷନ କରିଥିବା ବେଳେ କେନ୍ଦ୍ର ସାଧାରଣ ସମ୍ପାଦକ ନିରଞ୍ଜନ ନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ l ବିଭିନ୍ନ ମଣ୍ଡଳ ଓ ଶାଖା ମଣ୍ଡଳ ସମ୍ପାଦକ ମାନେ ବାର୍ଷିକ ବିବରଣୀ ପଠନ କରିଥିଲେ l ଶତବାର୍ଷିକୀ ସାଂସ୍କୃତିକ ମହାସଭାକୁ ସ୍ମରଣୀୟ ଓ ଚିତାକର୍ଷକ କରାଇବା ପାଇଁ ବିଭିନ୍ନ ୪୮ ପଲ୍ଲୀ ପରିଷଦ ଦ୍ୱାରା ବିରାଟ ପଟୁଆର ରେ ଅତିଥି ମାନଙ୍କୁ ଗ୍ରାମ ଆରମ୍ଭ ରୁ ସ୍ୱାଗତ ସହ ପରିକ୍ରମା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଉପସଭାପତି ଖଲି ପରିଡା,ସଂଗଠନ ନାରୀ ତେତ୍ରୀ ଜୟନ୍ତୀ ପଢିଆରି, କେନ୍ଦ୍ର ଅଫିସ ସମ୍ପାଦକ ପିନାକ ଶଙ୍କର ନାୟକ, ସୁରଟ ସଭାପତି ବଂଶୀଧର ଲେଙ୍କା, ଯୁବସଂଗଠକ ନଚିକେତା ସ୍ୱାଇଁ ,କେନ୍ଦ୍ରୀୟ ସଦସ୍ୟ କୁଞ୍ଜବିହାରୀ ମହାନ୍ତି, ହାରିବନ୍ଧୁ ଲେଙ୍କା ନେଟଙ୍ଗା ମଣ୍ଡଳର ବିଭିନ୍ନ ପଲ୍ଲୀ ପରିଷଦର ନେତୃମଣ୍ଡଳୀ, ସଦସ୍ୟ ଏବଂ ଜାତି ସଂଗଠନର ଜନପ୍ରତିନିଧି ଏବଂ ଅଞ୍ଚଳର ଜ୍ଞାନୀ, ଗୁଣି, ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ