ନାବାଳିକା ନବବଧୂ ଙ୍କୁ ତଣ୍ଟି ଚିପି ହତ୍ଯା ଘଟଣା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭିଷ୍ମଗିରି ଗ୍ରାମରେ ଗତ ଶନିବାର  ଜଣେ ନାବାଳିକା ନବବଧୂ ନନ୍ଦିନୀ ଙ୍କୁ ହତ୍ୟା ଘଟଣାରେ ମଙ୍ଗଳବାର ପୋଲିସ ନନ୍ଦିନୀ ଙ୍କ ସ୍ବାମୀ,ଶାଶୁ,ଶ୍ବଶୁର,ଦିଅର ଏବଂ ନଣନ୍ଦ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ସମୁଦାୟ ଘଟଣା ପୋଲିସ  ପର୍ଦ୍ଦାଫାଶ କରିଛି ।  ଗିରଫ ଅଭିଯୁକ୍ତ ମାନେ ହେଲେ ନନ୍ଦିନୀ ଙ୍କ ସ୍ବାମୀ ଜିତେନ୍ଦ୍ର ବିଷୋୟୀ , ଶ୍ବଶୁର ରମେଶ ବିଷୋୟୀ , ଶାଶୁ ମାମୀ ବିଷୋୟୀ , ଦିଅର ରିତୁ ବିଷୋୟୀ ଓ ନଣନ୍ଦ ମାମା ବିଷୋୟୀ । ଭିଷ୍ମଗିରି ଗ୍ରାମ ମହାମାୟୀ ନଗର ପ୍ରଥମ ଲେନ ର ରମେଶ ବିଷୋୟୀ ଙ୍କ ପୁଅ ଜିତେନ୍ଦ୍ର ଗ୍ରାମର ଶିବରାମ ସାହୁ ଙ୍କ ନାବାଳିକା ଝିଅ ନନ୍ଦିନୀ ଙ୍କୁ ନେଇ ଗତ ଏପ୍ରିଲ ମାସରେ ଗ୍ରାମରୁ ଫେରାର ହେବା ପରେ କିଛି ଦିନ ବାହାରେ ରହି ପରେ ଗ୍ରାମକୁ ଫେରିଥିଲେ।ମନ୍ଦିର ରେ ବିବାହ କରି ନବବଧୂ ବେଶରେ ନନ୍ଦିନୀ ଶ୍ଵଶୁର ଘରକୁ ଆସିଥିଲେ।  ଗତ ଶନିବାର ନନ୍ଦିନୀ ଙ୍କୁ ବାପଘରୁ ଯୌତୁକ ଆଣିବା ପାଇଁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ବାଧ୍ୟ କରିଥିଲେ। ନନ୍ଦିନୀ ପ୍ରତିବାଦ କରିବାରୁ ସମସ୍ତେ ଉତ୍ତେଜିତ ହୋଇ ତାଙ୍କ ଗଳା ଚିପି ହତ୍ୟା କରିବା ପରେ ତରବରିଆ ଭାବେ ମୃତଦେହ କୁ ଗ୍ରାମ ଶ୍ମଶାନ କୁ ନେଇ ପୋଡ଼ି ଦେଇଥିଲେ । ଯାହାକୁ ଗ୍ରାମବାସୀ ଓ ନନ୍ଦିନୀ ଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ। ଏନେଇ ନନ୍ଦିନୀ ଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ସୋମବାର  ପୋଲିସ ଓ ସାଇଣ୍ଟିଫିକ ଟିମ୍ ଗ୍ରାମ ଶ୍ମଶାନରେ ପହଞ୍ଚି ମୃତକଙ୍କ ହାଡ ଓ ପାଉଁଶ ଜବତ କରିଥିଲେ । ଏପରିକି ପୋଲିସ ସ୍ବାମୀ ଓ ଶ୍ବଶୁରଙ୍କୁ ଜେରା କରିବା ପରେ ନାବାଳିକା ବୋହୂ ନନ୍ଦିନୀ ଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଥାନା ମାମଲା ନଂ. ୨୫୫/୨୪ ଅନୁସାରେ ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରାଯିବା ପରେ ଜାମିନ ଖାରଜ ହେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇଦିଆଯାଇଥିବା ଥାନା ଆଇ ଆଇ ସି ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ