ନାରାୟଣପୁର ହାଟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲେ ସରପଞ୍ଚ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗଜପତି ଜିଲ୍ଲା ରାୟଡଗ ବ୍ଲକର ନାରାୟଣପୁର ସାପ୍ତାହୀକ ହାଟକୁ ସ୍ଥାନୀୟ ସରପଞ୍ଚ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । ପ୍ରତି ସପ୍ତାହର ମଙ୍ଗଳବାର ଦିନ ଏହି ସାପ୍ତାହିକ ହାଟ ବସିଥାଏ । ଏଥିରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପନିପରିବା,ଜଙ୍ଗଲଜାତ ଦ୍ରବ୍ୟ,ସପୁରୀ,ଆମ୍ବ,ପଣସ ଆଦି ଫଳ ବିକ୍ରୀ ହୋଇଥାଏ । ସେହି ଅଞ୍ଚଳରେ ଏହି ସାପ୍ତାହିକ ହାଟର ବହୁତ ଚାହିଦା ମଧ୍ୟ ରହିଛି । ମାତ୍ର କରୋନା ସଂକ୍ରମଣ ଗଜପତି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ସରପଞ୍ଚ ଜମୁନା ଦେବୀ ପ୍ରଧାନ ଏହି ହାଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେ ଅଟୋ ଦ୍ୱାରା ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାସହ ହାଟ ବନ୍ଦ କରାଯିବ ବୋଲି ବାର୍ତ୍ତା ଦେଇଥିଲେ । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ସଚେତନ ହୋଇ ଏହି ହାଟକୁ ଆସି ନ ଥିବା ଦେଖିବାକୁ ମିଳିଥିଲା । ହାଟ ବନ୍ଦ ପୁର୍ବରୁ ସରପଞ୍ଚ ଅଟୋ ଦ୍ୱାରା ଲୋକମାନଙ୍କୁ ଏଭଳି ସଚେତନ କରେଇବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ପ୍ରଶଂସା କରାଯିବା ସହ ଲୋକଙ୍କ ସୁରକ୍ଷା ପାଇଁ ହାଟ ବନ୍ଦ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ