ନାରାୟଣ ନାୟକ ହେଲେ ବିଜେଡି ସଭାପତି 

ହାଟଡ଼ିହି,(ଯୁଗାବ୍ଦ) : ହାଟଡିହି ବ୍ଲକ ଅଁରା ପଞ୍ଚାୟତର ବିଜେଡି ସଭାପତି ଭାବେ ପୁର୍ବତନ ସମିତିସଭ୍ୟ ନାରାୟଣ ନାୟକ ମନୋନୀତ ହୋଇଛନ୍ତି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ବିଜେଡିର ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ମିଶ୍ର, ନିର୍ବାଚନ ସଂଯୋଜକ ପ୍ରଫୁଲ କୁମାର ସାହୁ, ହାଟଡିହି ବ୍ଲକ ନିର୍ବାଚନ ଅଧିକାରୀ ବସନ୍ତ କୁମାର ପଢ଼ିଆରୀଙ୍କ ଉପସ୍ଥିତିରେ ନାରାୟଣ ନାୟକଙ୍କୁ ପଞ୍ଚାୟତ ସଭାପତି ଭାବେ ମନୋନୀତ କରାଯାଇଥିଲା । ତାଙ୍କୁ ସଭାପତି ଭାବେ ମନୋନୀତ କରାଯିବା ପରେ ସେ ବିଜେଡି ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ଗୁଡିକ ସର୍ମ୍ପରେ ଜନସଚେତନତା ସହ ପଞ୍ଚାୟତରେ ବିଜେଡିର ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ