ନିଖିଳ ଉତ୍କଳ ତେଲେଗା (ଦୋରା ସମାଜ) ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତାଲୁକା ଅନ୍ତର୍ଗତ ହାଟପଦାରେ ଥିବା ତେଲେଗା (ଦୋରା) ସମାଜ କୋଠ ଗୃହରେ ଆଜି ନିଖିଳ ଉତ୍କଳ ତେଲେଗା ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଖେମୁଣ୍ଡି ସର୍କଲରେ ଥିବା ୨୨ ଖଣ୍ଡ ଗ୍ରାମର ତେଲେଗା ସମାଜକୁ ନେଇ ଅନୁଷ୍ଠିତ ହୋଇଥିଲା ଆଜିର ବାର୍ଷିକ ଉତ୍ସବ l କୁଳସମାଜର ଲୋକଙ୍କ ସମାବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସଭାପତି ଇ ମଦନ ଗୋପାଳ ଦୋରା ଯୋଗ ଦେଇ ଆରାଧ୍ୟ ଦେବତା ପ୍ରଭୁ ସୀତାରାମଙ୍କୁ ପୁଷ୍ପମାଲ୍ୟ ଓ ଧୂପଦୀପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟ ସିମାଞ୍ଚଳ ପତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ମଞ୍ଚାସିନ ଅତିଥି ଭାବେ ବ୍ଲକ ଉପାଧ୍ୟାକ୍ଷା ଶ୍ରୀମତୀ ରିଙ୍କି ନାୟକ, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ମାମାନୀ ପାତ୍ର ସାହସପୁର ସମିତିସଭ୍ୟ ପ୍ରତିନିଧି କୈଳାଶ ପତ୍ର, ଚୁଡ଼ଙ୍ଗପୁର ସମିତିସଭ୍ୟ ପ୍ରତିନିଧି ଜି ସୋମନାଥ ପତ୍ର, କେନ୍ଦ୍ର କମିଟି ଆଇନଯିବି ବି ମୋହନ ରାଓ ଦୋରା, ସମାଜର ସଭାପତି, ସମ୍ପାଦକଙ୍କ ସହ କୁଳଲୋକେ ଉପସ୍ଥିତ ରହି ନିଜନିଜ ବକ୍ତବ୍ୟ ରଖିଥିଲେ l ଖେମୁଣ୍ଡି ସର୍କଲ ସଭାପତି ଏମ ଇଙ୍ଗିଲି ଦୋରାଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ କେନ୍ଦ୍ର ମହିଳା ସଭାପତି ଇ ମାହେଶ୍ୱରୀ ଦେବୀ, ଜି ଗୋପାଳ ରାଓ ଦୋରା, ଏନ ମିଟୁ ଦୋରା, ଶ୍ୟାମ ସୁନ୍ଦର ଦୋରା ପି ରାଜୁବାବୁ ଦୋରା, ପି ଜାଗାୟା ଦୋରା, କେ କ୍ରିଷ୍ଣା ରାଓ, ଟି ଭାସ୍କର ଦୋରା, ଏ ପ୍ରସାଦ ଦୋରା, ଇଉ ପାଣ୍ଡଵ ଦୋରା, ଟି କାହ୍ନୁ ଦୋରା, ଇ ମାଧବ ରାଓ ଦୋରା ଏବଂ ସମସ୍ତ ଖେମୁଣ୍ଡି ତାଲୁକାର ପରିଚାଳନା ପରିଷଦ ଓ କର୍ମକର୍ତା ଉପସ୍ଥିତ ରହି ସମାଜ ସଂଗଠନର ସଦୃଢ଼ ସକାଶେ ଆଲୋଚନା ସହିତ ସମାଜରେ ଶିକ୍ଷା ଓ ନାରୀଶିକ୍ଷାର ଅଗ୍ରଗତି,ବାଲ୍ୟ ବିବାହ ରୋକିବା ସକାଶେ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ନେବା ସହିତ ଖେମୁଣ୍ଡି ସର୍କଲରେ ନୂତନ ମହିଳା କମିଟି ଗଠନ କରାଯାଇଛି। ଜି ଇନ୍ଦ୍ରାଣୀ ଦୋରାଙ୍କୁ ମହିଳା ସଭାନେତ୍ରୀ ଓ ଏନ ଶ୍ରୀଦେବୀ ଦୋରାଙ୍କୁ ସମ୍ପାଦକ ଭାବେ ଚୟନ କରାଗଲା l ଆୟୋଜିତ କାର୍ଯ୍ୟକ୍ରମରେ ଖେମୁଣ୍ଡି ସର୍କଲ ଦୋରା ସମାଜର ସମସ୍ତ ସଦସ୍ୟ ଯୋଗଦେଇଥିଲେ l


