ସହକାରୀ ଶିକ୍ଷକ(ଏକ୍ସ କ୍ୟାଡର)ସଂଘର ନୂତନ କର୍ମକର୍ତା ଚୟନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକରେ କାର୍ଯ୍ୟରତ ସହକାରୀ ଶିକ୍ଷକ(ଏକ୍ସ-କ୍ୟାଡର) ସଂଘର ନୂତନ କର୍ମକର୍ତା ଚୟନ ପାଇଁ ନିର୍ବାଚନ ପ୍ରକିୟା ଶେଷ ହୋଇଛି । ସମସ୍ତ ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ଆଶୁତୋଷ ପାଢୀ, ସଂପାଦକ ଭାବେ ସୁଶାନ୍ତ ଜେନା, କୋଷାଧ୍ୟକ୍ଷ ଭାବେ ସୁକାନ୍ତ ଦାଶ, ଉପଦେଷ୍ଟା ଭାବେ କୈଳାଶ ପ୍ରଧାନଙ୍କୁ ମନୋନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସଂଘର ସଦସ୍ୟ ରାଜକିଶୋର ବାରିକ, ଦେବାଶିଷ ବେହେରା, କୈଳାଶ ନନ୍ଦ ପ୍ରମୁଖ ଯୋଗ ଦେଇ ନବନିର୍ବାଚିତ କର୍ମକର୍ତାଙ୍କୁ କୃତଜ୍ଞତା ଜଣାଇବା ସହିତ ସଂଘର ସମସ୍ତ ନିୟମ ମାନି କାର୍ଯ୍ୟ କରିବା ପାଇଁ ଶପଥ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ