ନିଜର ଶରୀର ଦାନ କରବାକୁ ଘୋଷଣା କଲେ ଦୁଇ ବିଜ୍ଞବ୍ୟକ୍ତି

ବୁଗୁଡା,(ଅନିଲ କୁମାର ମହାରଣା): ସ୍ୱାର୍ଥ ସମୁହ ଦୁନିଆରେ ପରୋପକାରୀ ବ୍ୟକ୍ତିଙ୍କ ସଂଖ୍ୟା କମ୍ ହେଲେ ମଧ୍ୟ ସେମାନଙ୍କ ଅବଦାନ ଇତିହାସ ରଚିଥାଏ। ଶରୀର ଦାନ ଦ୍ୱରା ମୃତ୍ୟୁ ପରେ ସେହି ବାଦାନ୍ୟ ବ୍ୟକ୍ତିଙ୍କ ବିଭିନ୍ନ ଅଙ୍ଗ ବହୁ ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କ ଶରୀରରେ ରୋପଣ ହେବାଦ୍ୱାର ସେମାନେ ପୁନର୍ଜନ୍ମ ପାଇଥାନ୍ତି ଓ ମେଡ଼ିକାଲ ଛାତ୍ର ଛାତ୍ରୀଙ୍କ ଗବେଷଣା ପାଇଁ ତାହା ସାହାଯ୍ୟ ହୋଇଥାଏ । ଗଞ୍ଜାମ ଜିଲ୍ଲା, ପୋଲସରା ନିର୍ବାଚନ ମଣ୍ଡଳୀର ଯେଉଁ ଦୁଇ ମହାନ ବ୍ୟକ୍ତି ଶରୀର ଦାନ ପାଇଁ ଘୋଷଣା କରିଛନ୍ତି ସେମାନେ ହେଲେ ବୁଗୁଡା ଏନଏସି ର ପ୍ରେମଚାନ୍ଦ ନଗର ବାସିନ୍ଦା ଅବସର ପ୍ରାପ୍ତ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଘନଶ୍ୟାମ ମିଶ୍ର ଏବଂ ପୋଲସରା ଏନଏସି ରାଣୀପଡା ସାହିର ସମାଜସେବୀ ବୃନ୍ଦାବନ ବେହେରା । ଏହି ଦୁଇ ବିଜ୍ଞ ମହାନ ବ୍ୟକ୍ତିଙ୍କ ମଧ୍ୟରୁ ଘନଶ୍ୟାମ ମିଶ୍ର ନିଜ ଶରୀର ବିଭିନ୍ନ ଅଙ୍ଗ ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ରୋପଣ ପାଇଁ ଘୋଷଣା କରିଥିବା ବେଳ ବୃନ୍ଦାବନ ବେହେରା ନିଜ ଶରୀରକୁ ମେଡ଼ିକାଲ ଶିକ୍ଷାର୍ଥୀଙ୍କ ଗବେଷଣା ପାଇଁ ଦାନ କରିଥିବା ଘୋଷଣା କରିଛନ୍ତି। ରାଷ୍ଟ୍ରର ଉପକାର ପାଇଁ ନିଜର ଶରୀର ଦାନ କରିବା ବିଷୟ ଉଭୟ ଶ୍ରୀ ମିଶ୍ର ଓ ଶ୍ରୀ ବେହେରା ନିଜ ପରିବାରର ସମସ୍ତଙ୍କୁ ଅବଗତ କରାଇବା ସହ ନିୟମ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଦୁଇ ବାଦାନ୍ୟ ବ୍ୟକ୍ତି ନିଜର ଦେହତ୍ୟାଗ ପରେ ମଧ୍ୟ ଅମର ହୋଇ ରହିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ଏଥିରେ ସନ୍ଦେହ ନାହିଁ। ଦୁଇ ମହାନ ବ୍ୟକ୍ତିଙ୍କ ଏହି ମହତ କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ