ନିଜସ୍ୱ ଖର୍ଚ୍ଚରେ ସାନିଟାଇଜ କରୁଛନ୍ତି କରୋନା ଯୋଦ୍ଧା ପ୍ରତାପ

ଭୁବନେଶ୍ୱର, (ଓ୍ୱାଇଏନ୍‌ଏସ୍‌): କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱ ଲଢ଼େଇ କରୁଥିବା ବେଳେ ଓଡ଼ିଶା ବା କାହିଁକି ସେଥିରୁ ବାଦ୍ ଯିବ । ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି । ସରକାରଙ୍କ ତରଫରୁ ଅଗ୍ନିଶମ ବିଭାଗ ମୁଖ୍ୟ ରାସ୍ତାଗୁଡ଼ିକୁ ସାନିଟାଇଜ୍ କରୁଥିବା ବେଳେ ବିଭିନ୍ନ ବସ୍ତି, ଉଠାଦୋକାନୀ, ଭେଣ୍ଡିଂ ଜୋନ୍‌, ଅସହାୟ ନିଃସହାୟ ଲୋକମାନଙ୍କ ଗଳିରାସ୍ତା, ଦୋକାନ ଓ ଘରକୁ ସରକାରଙ୍କ ତରଫରୁ ସାନିଟାଇଜ୍ କରାଯାଉ ନାହିଁ କି ସାନିଟାଇଜ୍ କରିବା ପାଇଁ ଲୋକମାନଙ୍କ ନିକଟରେ ଆବଶ୍ୟକୀୟ ସରଞ୍ଜାମ କିମ୍ବା ଅର୍ଥବଳ ନାହିଁ । ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସମାଜସେବୀ ତଥା ଓଡ଼ିଶା ବସ୍ତି ସଂଘର୍ଷ ସମିତି, ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ, ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘର ପ୍ରତିଷ୍ଠାତା ସଭାପତି ଶ୍ରୀ ପ୍ରତାପ କୁମାର ସାହୁ ସେମାନଙ୍କ ପାଖରେ ପହଞ୍ଚି ମାଗଣାରେ ସାନିଟାଇଜ୍ କରିବା ସହ ମାସ୍କ ଓ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରୁଛନ୍ତି ଏବଂ ବହୁ ଲୋକ ଶ୍ରୀ ସାହୁଙ୍କୁ ଦୀର୍ଘାୟୁ ହେବା ପାଇଁ ଆଶୀର୍ବାଦ କରିଛନ୍ତି । ଶ୍ରୀ ସାହୁ ୟୁନିଟ୍‌-୧, ୨, ପୁରୁଣା ଭୁବନେଶ୍ୱର, ବରମୁଣ୍ଡା, ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଆଇ.ଆର୍‌.ସି. ଭିଲେଜ୍‌, ଗ୍ରୀଡ୍‌କୋ, ରୂପାଲି ଛକ ଭେଣ୍ଡିଂ ଜୋନ୍‌, ଉଠାଦୋକାନୀ ଏବଂ ଏହି ଅଞ୍ଚଳରେ ଥିବା ବସ୍ତିଗୁଡ଼ିକ ସାନିଟାଇଜ୍ କରିବା ସହ ବହୁ ଏଟିମ୍‌, କ୍ୟାପିଟାଲ ଥାନାର ପୋଲିସ୍ ବାରାକ୍‌, ପିସିଆର୍ ଭ୍ୟାନ୍‌, ମାଳିସାହି ପରି ବହୁ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ସାନିଟାଇଜ୍ କରିଛନ୍ତି । ଯେପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ଅଞ୍ଚଳରେ ରହୁଥିବା ଗରିବ, ବସ୍ତିବାସିନ୍ଦା, ଉଠାଦୋକାନୀମାନଙ୍କର ଘର, ଦୋକାନ ସାନିଟାଟାଇଜ୍ ନ ସରିଛି ସେ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ । ଯଦି କୌଣସି ଅଞ୍ଚଳ ବା ସଂଘ ଗୁଡ଼ିକୁ ମାଗଣାରେ ସାନିଟାଇଜ୍ କରିବାକୁ ଚାହାନ୍ତି ତେବେ ୮୬୩୭୨୩୮୬୦୦ ଏବଂ ୯୪୩୮୧୮୨୭୭୫ ନମ୍ବରରେ ଯୋଗାଯୋଗ କରିବା ପାଇଁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ