ନିମାପଡ଼ାରେ 57 କରୋନା ଆକ୍ରାନ୍ତ ଚି଼ହ୍ନଟ
ନିମାପଡା (ସନ୍ତୋଷ ଦାଶ ): ପୁରୀ ଜିଲ୍ଲା ନିମାପଡ଼ା ଅଂଚଳରେ କରୋନାର ଦ୍ୱିତୀୟ ଲହରୀ ଦେଖାଦେଇଛି l ଏହି ଅଂଚଳ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ନିମାପଡା ବ୍ଲକ ର ତୁଳସୀପୁର, ଅରି ଷଣ୍ଡ, ଡେଣୁଅ, ଛଣିଜଙ୍ଗ, ଭୋଗଶl ଳଦl, ଚଅଁରପଦା ପଂଚାୟତ ଓ ନିମାପଡା ଏନ. ଏ. ସି ଅଂଚଳ ରେ ରବିବାର ସୁଦ୍ଧl 57 ଜଣ କରୋନା ରେ ଆକ୍ରାନ୍ତ ହୋଇଥିବା ନିମାପଡା ବିଡ଼ିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି l ଏହି ବ୍ଲକ ଅଂଚଳ ରେ ସମୁଦାୟ 56 ହଜାର 536 ଜଣ ଙ୍କୁ ଟୀକାକରଣ ର ଲକ୍ଷ୍ୟ ରଖାଯାଇଥିବାବେଳେ ରବିବାର ସୁଦ୍ଧା 14 ହଜାର 616 ଜଣ ଙ୍କୁ ଟୀକା ପ୍ରଦାନ କରାଯାଇଛି l ଟୀକା ଅଭାବ ଦେଖାଦେଇଥିବାରୁ ସମସ୍ତ ଟୀକା ପ୍ରଦାନ କେନ୍ଦ୍ର ରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି l


