ନିମାପଡା ମହୋତ୍ସବ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ନିମାପଡ଼ା ସ୍ଥିତ ମୁକ୍ତାକାଶ ମଞ୍ଚରେ ମହୋତ୍ସବ କମିଟି ଓ ହେଲ୍ପଲାଇନ ଆନୁକୂଲ୍ୟରେ ଅନୁଷ୍ଠିତ ୨୨ତମ ନିମାପଡ଼ା ମହୋତ୍ସବ କୁ ପର୍ଯ୍ୟଟନ,ଓଡ଼ିଆ,ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ର ଉଦଘାଟନ କରିଥିଲେ।ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମହୋତ୍ସବ ଓ ଅଭ୍ୟର୍ଥନା କମିଟି ସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।ମହୋତ୍ସବ କମିଟିର ଅନ୍ୟତମ ପୁରୋଧା ସ୍ବର୍ଗତ ରମେଶ ଚନ୍ଦ୍ର ପରିଡାଙ୍କୁ ନିମାପଡ଼ା ଦଧଚି ସେବା ସନ୍ମାନ ଓ ସ୍ବର୍ଗତ ବିଭୁ ପ୍ରସାଦ ପଣ୍ଡାଙ୍କୁ ନିମାପଡ଼ା ସେବା ସମ୍ମାନରେ ସଂମ୍ମାନିତ କରାଯାଇଥିଲା।ଏହି ଅବସରରେ ମୁଖପତ୍ର ସମୃଦ୍ଧିପଥେ ନିମାପଡ଼ା ଉନ୍ମୋଚିତ ହୋଇଥିଲା।ପ୍ରତାପ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ। ହେଲ୍ପଲାଇନ ସଭାପତି ଅକ୍ଷୟ କୁମାର ସାହୁ ଓ ସମ୍ପାଦକ ନିଗମାନନ୍ଦ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଉଦଘାଟନୀ ସଂଧ୍ୟାର ପ୍ରଥମ ଚରଣରେ ନିମାପଡ଼ାର ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟାଳୟା ଡାନ୍ସ ଏକାଡେମୀ ପକ୍ଷରୁ ଗୁରୁ ବିଷ୍ଣୁ ଚରଣ ସାସମଲଙ୍କ ନିର୍ଦ୍ଦେଶନାରେ ମାନମୟୀ ଶ୍ରୀରାଧିକେ ର ରାଧାଙ୍କ ସହ କୃଷ୍ଣଙ୍କର ମାନ ଅଭିମାନ,କ୍ଷମା ଭିକ୍ଷା ଓ ରାସ କୁଞ୍ଜରେ ମିଳନର ଓଡିଶୀ ନୃତ୍ୟାଭିନୟ ବେଶ୍ ଚମତ୍କାର ଭାବେ ପରିବେଷଣ କରାଯାଇଥିଲା।ଦ୍ବିତୀୟ ଚରଣରେ ସଂସ୍କୃତି ବିଭାଗ ଆନୁକୂଲ୍ୟ ରେ ଭଦ୍ରକର ମନମୋହନ ସଙ୍ଗୀତ ପରିଷଦ ପକ୍ଷରୁ ୩୦୦ ବର୍ଷ ତଳର କାଳ୍ପନିକ କଥାବସ୍ତୁ ଉପରେ ଆଧାରିତ ପାର୍ସୀ,ଉର୍ଦ୍ଦୁ,ହିନ୍ଦି,ଓଡ଼ିଆ ଓ ବଙ୍ଗଳା ଭାଷାର ସମିଶ୍ରଣରେ ଏକ ସ୍ବତନ୍ତ୍ର ପ୍ରକାର ଲଘୁ,ବ୍ୟଙ୍ଗାତ୍ମକ ଓ ଗିତିନାଟ୍ୟ ଶୈଳିରେ ଅନୁଷ୍ଠିତ ମୋଗଲ ତାମସାକୁ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ।ତୃତୀୟ ଚରଣରେ କଟକର ପାୟଲ ଡାନ୍ସ ଇନଷ୍ଟିଚ୍ୟୁଟ ପକ୍ଷରୁ ଅକ୍ଷୟ ମହାନ୍ତିଙ୍କ ପୁରୁଣା ଗିତକୁ ନେଇ ଓଡ଼ିଶୀ ଓ ଆଧୁନିକ ନୃତ୍ୟର ରିମିକ୍ସରେ ଦର୍ଶକ ମାନେ ବିଭୋର ହୋଇଥିଲେ।ଚତୁର୍ଥ ଓ ଶେଷ ଚରଣରେ ନିମାପଡ଼ାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ