ନିର୍ବାଚନ କର୍ତ୍ତବ୍ୟରତ ଭୋଟରଙ୍କ ନିମନ୍ତେ ସୁବିଧା କେନ୍ଦ୍ରର ସ୍ଥାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ବାଚନ ସମୟରେ ମତଦାନରେ ସବୁଠୁ ମହତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ଵାହ କରେ ପୋଷ୍ଟାଲ ବାଲଟ। ଏଣୁ ୨୦୨୪ ସାଧାରଣ ନିର୍ବାଚନର ଏହି ଗୁରୁତ୍ବପୂର୍ଣ୍ଣ ଅଂଶକୁ ବାଲେଶ୍ୱର ଜିଲ୍ଲାରେ ମୁଖ୍ୟ ପ୍ରାଧାନ୍ୟ ସହିତ ସମ୍ପାଦନା କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବାଲେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସୁବିଧା କେନ୍ଦ୍ରର ସ୍ଥାପିତ କରାଯିବାର ସ୍ଥିରୀକୃତ କରାଯାଇଛି I ଏହି କେନ୍ଦ୍ରଗୁଡିକ ଆସନ୍ତା ୨୬ ତାରିଖରୁ ୨୮ ତାରିଖ ପୂର୍ବାହ୍ନ ଘ. ୧୦ ସମୟରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ I ପ୍ରକାଶ ଥାଉକି ଏହି ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥା ପୋଲିସ, ଜରୁରୀକାଳୀନ, ଅଗ୍ନିଶମ, ସ୍ୱାସ୍ଥ୍ୟ ଅଧିକାରୀ, ଭିଡିଓଗ୍ରାଫର, ସଫାଈ କର୍ମଚାରୀ, ଡ୍ରାଇଭର, ହେଲପର ଓ ଅନ୍ୟାନ୍ୟ ନିୟୋଜିତ କର୍ମଚାରୀଗଣଙ୍କ ପାଇଁ ଉଦ୍ଧିଷ୍ଟ।ଭୋଟିଂ ପ୍ରକ୍ରିୟାର ଅଖଣ୍ଡତା ଓ ଗୋପନୀୟତାକୁ ସୁନିଶ୍ଚିତ କରିବା ପାଇଁ ଏହି କେନ୍ଦ୍ରଗୁଡ଼ିକୁ ପୋଷ୍ଟାଲ ବାଲାଟ ପେପର, ଲଫାପା, ସୁରକ୍ଷିତ ବାଲାଟ ବକ୍ସ ସମେତ ସମସ୍ତ ଆବଶ୍ୟକୀୟ ସମ୍ବଳର ସୁବନ୍ଦୋବସ୍ତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି I ଏହି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ତାଲିମପ୍ରାପ୍ତ ଅଧିକାରୀମାନେ ଭୋଟରମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ଉପସ୍ଥିତ ରହି ସେମାନଙ୍କର ପ୍ରଶ୍ନର ସମାଧାନ କରିବେ।ସୂଚନା ଥାଉକି, ପୋଷ୍ଟାଲ ବାଲଟ ନିମନ୍ତେ ବାଲେଶ୍ୱର ଜିଲ୍ଲାରେ ୩୦୦୦ ଜଣ ମତଦାତା ଅଛନ୍ତି I ନିର୍ବାଚନ କର୍ତ୍ତବ୍ୟରେ ସମ୍ପୃକ୍ତ ଥିବାରୁ କୌଣସି ଯୋଗ୍ୟ ଭୋଟର ଯେପରି ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଯୋଗ୍ୟ ଭୋଟର ଏହି ସୁଯୋଗର ଲାଭ ଉଠାଇବା ସହ ଆଗାମୀ ନିର୍ବାଚନକୁ ସଫଳ କରିବା ପାଇଁ ଯୋଗଦାନ ଦେଇ ନିର୍ଦ୍ଧାରିତ ସୁବିଧା କେନ୍ଦ୍ରରେ ନିଜର ମତଦାନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ