ରେମୁଣା ର ୧୧ ନମ୍ବର ୱାର୍ଡରେ ବିଜେପିରେ ମିଶ୍ରଣ ପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ସନ୍ଧ୍ୟାରେ ରେମୁଣା NAC ର ୧୧ ନମ୍ବର ୱାର୍ଡରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ବିଧାନସଭା ପ୍ରାର୍ଥୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ,ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା,ମଣ୍ଡଳ ସାଧାରଣ ସମ୍ପାଦକ ମହେଶ୍ୱର ପ୍ରଧାନ,ଦେବେନ୍ଦ୍ର ମଣ୍ଡଳ,ମହେଶ୍ୱର ଗିରି ଏବଂ ମଣ୍ଡଳର ଅନ୍ୟ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବିଜେଡି ଏବଂ କଂଗ୍ରେସ ରୁ ପ୍ରାୟ ୫୦ ରୁ ଉର୍ଦ୍ଧ ଆଗ ଧାଡ଼ିର କାର୍ଯ୍ୟକର୍ତ୍ତା ଯାଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି,ଆଦର୍ଶ ,ରାଷ୍ଟ୍ର ହିତ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପି ରେ ମିଶିଥିଲେ। ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ମିଶିଥିବା କାର୍ଯ୍ୟକର୍ତ୍ତା ଅନ୍ତର୍ଯ୍ୟାମୀ ପରିଡ଼ା,ସନ୍ତୋଷ କୁମାର ମୁଖୀ,ଦଇବ ସିଂ,ଦୀପକ ବେହେରା,ଦର୍ଶନ ଦାସ,ରବୀନ୍ଦ୍ର ମୁଖୀ,ଅଶ୍ଵିନୀ ବେହେରା,ଅଜୟ ଖଟୁଆ,ମନୋରଞ୍ଜନ ମୁଖୀ,ମଦନ ମୋହନ ସାହୁ,ଦାମୋଦର ମହାଳିକ,ହରେକୃଷ୍ଣ ବେହେରା,ଜୟନ୍ତ ଦାସ,ମନୋରଞ୍ଜନ ଦାସ,ବିଜୟ ଦାସ,ରମାକାନ୍ତ ମୁଖୀ,ରଜନୀ ବେହେରା,ଜୟକୃଷ୍ଣ ପଡ଼ିଆରୀ,ହରେକୃଷ୍ଣ ମହାଳିକ,ପୂର୍ଣ୍ଣଚନ୍ଦ୍ର ମହାକୁଡ,ଅଜୟ ଖଟୁଆ,ଶୁଭ୍ରାଂଶୁ ମହାଳିକ,ଅକ୍ଷୟ ମହାନ୍ତି,ଜିତେନ୍ଦ୍ର ଜେନା, ବାଙ୍ଗର ସିଂ,ଜୟନ୍ତ ବେହେରା,ଶ୍ୟାମ ଖିଲାର,ରଞ୍ଜିତ ସାହୁ,ଧରିତ୍ରୀ ବେହେରା,ରମାକାନ୍ତ ପଲେଇ,ଶଶିକାନ୍ତ ବେହେରା,ଜୟନ୍ତ କୁମାର ଦାସ,ସନ୍ତୋଷ ମହାଳିକ ଇତ୍ୟାଦି ଙ୍କୁ ଦଳୀୟ ଟୋପି ଏବଂ ଉତ୍ତୋରିୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ। ଶେଷରେ ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା ସମସ୍ତଙ୍କୁ ମିଳିମିଶି କାମ କରି ରେମୁଣାରେ ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଭାଇ, ସାଂସଦ ପ୍ରାର୍ଥୀ ପ୍ରତାପ ନାନାଙ୍କୁ ବିପୁଳ ସଂଖ୍ୟାରେ ଜିତାଇବା ତଥା ଓଡ଼ିଶାରେ କେମିତି ବିଜେପି ସରକାର ଗଢ଼ିବ ସେ ପାଇଁ କାମ କରିବା ପାଇଁ ଆହ୍ବାନ ଦେଇଥିଲେ।


