ନିର୍ଭୟା ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ
ନୂଆଦିଲ୍ଲୀ- ଚର୍ଚ୍ଚାରେ ଥିବା ନିର୍ଭୟା ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲାରେ ଗୁରୁବାର ନୂଆ ମୋଡ ଆସିଛି । ୪ ଜଣ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ଏହା ଦୋଷୀଙ୍କ ଶେଷ ପ୍ରୟାସ ଅର୍ଥାତ ଫାଶୀ ଉପରେ ରୋକ ଲଗାଇବାକୁ ସେ ଯାଚିକା ଦାଖଲ କରିଥିବା ଜଣାପଡିଛି । ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଚାରିଜଣ ଦୋଷୀଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ୍ ରେ ଫାଶୀ ଦିଆଯିବ । ଘଟଣା ଘଟିବା ସମୟରେ ବିନୟଙ୍କୁ ମାତ୍ର ୧୯ ବର୍ଷ ହୋଇଥିବାରୁ ଏ କଥା ସୁପ୍ରିମ୍ କୋର୍ଟ ବିଚାରକୁ ନେବା ନିମନ୍ତେ ପିଟିସନ୍ ରେ ନିବେଦନ କରାଯାଇଥିବା କଥା ଓକିଲ ଏ. ପି. ସିଂହ କହିଛନ୍ତି ।


