ସିଏଏ’କୁ ନେଇ ମତ ରଖିଲେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ

ନୂଆଦିଲ୍ଲୀ- ନାଗରିକତା ଆଇନକୁ ସାମ୍ବିଧାନିକ ଘୋଷଣା କରିବା ନିମନ୍ତେ ଆଗତ ପିଟିସନ୍କୁ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ ଗୁରୁବାର ଦିନ ସମାଲୋଚନା କରିଛନ୍ତି । ଏହି ପିଟିସନ୍ ଆଗତ ହେବା ପରେ ସେ କହିଛନ୍ତି: ଏମିତ ତ ଦେଶରେ ତ ଅସୁବିଧା ଭିତରେ ଅଛି । ଉଦ୍ଦେଶ୍ୟ- ଶାନ୍ତି ଫେରାଇ ଆଣିବା ନିମନ୍ତେ ହେବା ଉଚିତ। ଏ ଭଳି ପିଟିସନ୍ ସବୁ ସେଥିପାଇଁ (ଶାନ୍ତି) ଉପାଦେୟ ନୁହେଁ ।ଅସତ୍ୟ ବୋଲି ପ୍ରମାଣିତ ନ ହେବା ଯାଏଁ ସତ୍ୟ ବୋଲି ଧରିନେବା ହେଉଛି ଆଇନର ସାମ୍ବିଧାନିକତା ବୋଲି ସେ କହିଛନ୍ତି ।’ସିଏଏ’କୁ ସାମ୍ବିଧାନିକ ଘୋଷଣା କରିବା ଏବଂ ଏହାକୁ ପ୍ରଣୟନ କରିବା ନିମନ୍ତେ ସବୁ ରାଜ୍ୟକୁ ନିର୍ଦେଶ ଦେବା ନିମନ୍ତେ ବିନୀତ ଧନ୍ଦା ନାମକ ଜଣେ ଆଡ୍ଭୋକେଟ୍ ଏହି ପିଟିସନ୍କୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଅନୁରୋଧ କରିବା ପରେ ପ୍ରଧାନ ବିଚାରପତି ଏ କଥା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ