ନିଳୋକ ହାଇସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ
ବନ୍ତ,(ଯୁଗାବ୍ଦନ୍ୟୁଜ) : ଗୁରବାର ବନ୍ତ ବ୍ଲକ ନିଳୋକ ହାଇସ୍କୁଲ ପକ୍ଷରୁ ୧୨୪ତମ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶୋଭେନ୍ଦୁ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରାକର ବେହେରା, ଅତିଥି ଶିକ୍ଷକ ପର୍ଶୁରାମ ନାୟକ, ଶିକ୍ଷକ ସୁଧାକର ପଣ୍ଡା, ସନାତନ ନାୟକ, ସମାଜସେବୀ ହରି ନାରାୟଣ ମହାନ୍ତି ପ୍ରମୁଖ ଯୋଗ ଦେଇ ଓଡିଶାର ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ । ଏଥିସହ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ନେତାଜୀଙ୍କ ଜୀବନୀ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ନେତାଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ସୁରଜିତା ବାଇ, ସ୍ୱୟଂପ୍ରଭା ନାୟକ, ଚିତ୍ରାବତୀ ବେହେରାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ସେହିପରି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି ।


