ନୀଳମଣି ବିଦ୍ୟାରତ୍ନ ଥିଲେ ଉତ୍କଳ ଭାଷା ସାହିତ୍ୟ, ସାମ୍ବାଦିକତାର ଭୀଷ୍ମ ପିତାମହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବବିହାର ନିକଟ ପ୍ରତିମୂର୍ତ୍ତିସ୍ଥଳଠାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଉତ୍କଳ ଭାଷା ସାହିତ୍ୟ, ସାମ୍ବାଦିକତାର ପିତାମହ ଭୀଷ୍ମ, ସମ୍ପାଦକ ତଥା ବହୁ ବ୍ୟକ୍ତିତ୍ୱର ଅଧିକାରୀ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୫ତମ ଜୟନ୍ତୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସଭାପତିତ୍ୱ ଓ ସଂଯୋଜନା କରି ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ନୀଳମଣି ବିଦ୍ୟାରତ୍ନ ଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତା ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଓଁକାର ଉଦ୍‌ଘୋଷକ ତଥା ମହାନ୍ ନାୟକ । ବୈଦେଶ୍ୱର ମାଟିର ଏହି ପ୍ରଜ୍ଞା ବ୍ୟକ୍ତିତ୍ୱ ବହୁ ଜନହିତୈଷୀ କାର୍ଯ୍ୟ କରିବା ସହିତ ଉତ୍କଳ ଦୀପିକାର ସମ୍ପାଦନା, ପ୍ରଜାବନ୍ଧୁ ପତ୍ରିକାର ସମ୍ପାଦନା ଦାୟିତ୍ୱ ସଠିକ୍ ଭାବରେ ନିର୍ବାହ କରିବା ସହିତ ସାମ୍ବାଦିକତାକୁ ଏକ ନୂଆ ଦିଗ ପ୍ରଦାନ କରିଥିଲେ । ଉତ୍କଳ ସମ୍ମିଳନୀ ଗଠନର ଦର୍ଶନ, ଚିନ୍ତନ ଓ ଗଠନର ମହାନାୟକ ହେବା ସହିତ ମା’, ମାଟି, ମାତୃଭାଷା ପାଇଁ ସର୍ବଦା ଚେଷ୍ଟିତ ରହୁଥିଲେ । ଓଡ଼ିଆ ପରମ୍ପରା, ସଂସ୍କୃତିକୁ ଘରେଘରେ ପହଞ୍ଚାଇବା ପାଇଁ ପ୍ରୟାସ କରିଥିଲେ । ଏହି ଅବସରରେ ସାରସ୍ୱତ ସାଧକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ, ସାରସ୍ୱତ ପ୍ରତିଭାଧାରୀ ଡଃ ସନ୍ତୋଷ କୁମାର ତ୍ରିପାଠୀଙ୍କୁ ବିଦ୍ୟାରତ୍ନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ବାଙ୍କି-ବୈଦଶ୍ୱେର ସେତୁକୁ ବିଦ୍ୟାରତ୍ନ ସେତୁ ନାମରେ ନାମିତ କରିବା ପାଇଁ ଅଭିଯାନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ଶାସକ ଦଳ ସାଂସ୍କୃତିକ ସାମ୍ମୁଖ୍ୟ ସଂଯୋଜକ ପ୍ରବୀର ମହାନ୍ତି, ରମେଶ ଚନ୍ଦ୍ର ପାତାଳସିଂହ, ଡଃ ଅସିତ୍ ଦାସ, ବି. ମୂରଲୀଧର, ମୁକୁନ୍ଦ ଶତପଥୀ, କାମଦେବ ମହାପାତ୍ର, ବିଜୟ ପରିଡ଼ା ଉପସ୍ଥିତ ରହି ସ୍ମୃତିଚାରଣ କରିବା ସହିତ କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା କରିଥିଲେ ରୋହିତ କୁମାର, ସତ୍ୟବ୍ରତ ଜେନା, ଲଗ୍ନାଦୀପ ମିଶ୍ର । ଆନୁଷ୍ଠାନିକ ଧନ୍ୟବାଦ ବ୍ରଜବନ୍ଧୁ ପରିଡ଼ା ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ