ନୁଆ ରମ୍ପାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ନୁଆ ରମ୍ପାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଙ୍ଗାଧର ପୁହାଣଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସକାଳୁ ଶତାଧିକ ପୁରାତନ ଛାତ୍ରଛାତ୍ରୀ ପ୍ରଧାନ ଶିକ୍ଷକ ଗଙ୍ଗାଧର ପୁହାଣଙ୍କ ଟିଲୋସ୍ଥିତ ବାସଭବନକୁ ଯାଇ ଏକ ସୁସଜ୍ଜିତ ଗାଡିରେ ତାଙ୍କୁ ବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ପରେ ପୁରାତନ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅତି ପ୍ରୀୟ ସାରଙ୍କୁ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିବା ସମୟରେ ପ୍ରତି ଘରର ସଦସ୍ୟ ସଦସ୍ୟା ମାନେ ତାଙ୍କୁ ଫୁଲ ଚନ୍ଦନ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଦିତ କରୁଥିବା ଦେଖିବାକୁ ମିଳିଥିଲା । ପରେ ବିଦ୍ୟାଳୟ ପରିସରରେ ଗୋପଳ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମୁକ୍ୟ ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଏଟିଓ ହରିହର ନାୟକ, ଆନନ୍ଦପୁର ପୌର ନିର୍ବାହୀ ଅଧିକାରୀ ଲଳିତ ନାୟକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜୟ ପୃଷ୍ଟି, ଶିକ୍ଷକ ସଂଘ ମିଳତମଞ୍ଚର ସଭାପତି ହରମୋହନ ପଣ୍ଡା, ସମ୍ପାଦକ ମିହିର କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ସରପଞ୍ଚ ରବିନ୍ଦ୍ର କୁମାର ଜେନା, ସମିତିସଭ୍ୟ ବାବନ ଚରଣ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗଙ୍ଗାଧର ସାରଙ୍କ ନିଷ୍ଠାପର କର୍ତ୍ତବ୍ୟ, ଉଚ୍ଚ ମାନର ଶିକ୍ଷାଦାନ, ସ୍କୁଲ ପିଲାମାନଙ୍କ ପ୍ରତି ତାଙ୍କର ଥିବା ସ୍ନେହ ଶ୍ରଦ୍ଧା ଓ ଭଲ ମଣିଷ ଗଢ଼ି ତୋଳିବାରେ ସେ ସିଦ୍ଧହସ୍ତ ଥିଲେ ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ସେ ଏହି ବିଦ୍ୟାଳୟରେ ୧୯୮୯ ମସିହାରୁ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରି ଅନେକ ସୁନାମ ଅର୍ଜନ କରିପାରିଥିବା ଗ୍ରାମବାସୀମାନେ କହିଥିଲେ । ଏହି ଅଭସରରେ ଗ୍ରାମବାସୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତାଙ୍କୁ ଉପଢ଼ୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ୟଙ୍ଗକବି ଅଧ୍ୟାପକ ସୁବାସ ପାତ୍ର ମଞ୍ଚ ସଂଯୋଜନା କରିଥିବାବେଳେ ପୁରାତନ ଛାତ୍ରସଂଘର ସଭାପତି ଅଭିମନ୍ୟୁ ସାହୁ, ସମ୍ପାଦକ ଶେଷଦେବ ସାହୁ ଓ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ