ବଞ୍ଚୋ ପଞ୍ଚାୟତରେ ଶ୍ରମିକ ଦିବସ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ପ୍ରଶାନ୍ତ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରମିକ ଯୋଗଦେଇଥିଲେ । ସରପଞ୍ଚ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଓ କରଣୀ ଦେଇ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କୁ କିପରି ବର୍ଷ ସାରା କାମ ଯୋଗାଇ ଦିଆଯିବ ସେନେଇ ଆଲୋଚନା କରିଥିଲେ । ବିଶେଷକରି କୁଷଳୀ ଓ ଅଣ କୁଷଳୀ ଶ୍ରମିକ ମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଏଥିରେ ବିଚିତ୍ର ରଣା, ଗଙ୍ଗାଧର ରଣା, ତୋଫାନ ଜେନା, ମନୋଜ ଜେନା, ଟିମା ଜେନା, ନନ୍ଦ ବରାଳ, ଦୁର୍ଯ୍ୟୋଧନ ଜେନା, ଖଗେଶ୍ୱର ଜେନା, ଗଙ୍ଗାଧର ସା, ମାଗୁଣି ନାଇକ, ସୁରେନ୍ଦ୍ର ନାଇକ, ମଦନ ଗିରି, ରାଧାଗୋବିନ୍ଦ ମାଝୀ, ପୁନିଆ ଖଟୁଆ, ବାବାଜି ଖଟୁଆ, ନନ୍ଦ ବେହେରା, ରଘୁନାଥ ବରାଳ, ହରକେୃଷ୍ଣ ଜେନା, ଛବିନ୍ଦ୍ର ଜେନା, ଇଶ୍ୱର ଜେନା, ଠୁସୁରୀ ଜେନାଙ୍କ ସମେତ ବଞ୍ଚୋ, ଶିବନାରାୟଣପୁର, ସିଙ୍ଗଡୋବ ଆଦି ଗ୍ରାମର ଶତାଧିକ ଲୋକ ଯୋଗଦେଇଥିଲେ ।


