ନୁଖୁରା ମୁଣ୍ଡିଆ ପ୍ରଭାକରକୁ ପକ୍କାଘର ମିଳିବ କେବେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସରକାରୀ ଯୋଜନା ଗୁଡିକର ସଫଳତା ପାଇଁ ବିଜ୍ଞାପନ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରସରକାର ବାହାବା ନେଉଥିବାବେଳେ ତେଲିଆ ମୁଣ୍ଡରେ ତେଲ ଢ଼ାଳି ସରକାରୀ ଯୋଜନାର ଅର୍ଥକୁ ଚଳୁୁ କରିବାରେ ହାଟଡିହି ବ୍ଲକ ସମଗ୍ର ରାଜ୍ୟରେ ପ୍ରଥମସ୍ଥାନ ହାସଲ କରିଥିବା ନେଇ ପ୍ରତିଦିନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଏହି କ୍ଷେତ୍ରରେ ଜଣେ ନୁଖୁରା ମୁଣ୍ଡିଆ ଦୀର୍ଘ ୫ବର୍ଷ ଧରି ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ତାଙ୍କୁ ବାରମ୍ବାର ବହଲାଇ ଚାଲିଛନ୍ତି । ସୁଚନାରୁ ଜଣାଯାଇଛି ଯେ ଶଙ୍ଖୋ ଗ୍ରାମର ବାଲିଆ ସାହିର ପ୍ରଭାକର ଦାସ ଗୋଟିଏ ଭଙ୍ଗା ଚାଳଘରେ ନିଜ ସ୍ତ୍ରୀ ଓ ଦୁଇଛୁଆପିଲାଙ୍କୁ ନେଇ ବସବାସ କରିଆସୁଥିବାବେଳେ ବର୍ଷା ହେଲେ ପରର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି । ଘର ଛପର କରିବାକୁ ପାଖରେ ପଇସା ପତ୍ର ନଥିବାରୁ ଘର ଉପରେ ପଲିଥିନ ବିଛାଇ ଦିନ କାଟୁଛନ୍ତି । ସାମାନ୍ୟ ବର୍ଷା ହେଲେ ଘରେ ପାଣିପସି ରହିବା ଉପଯୋଗୀ ହୋଇପାରୁନି । ସେ ବୃତ୍ତିରେ ଜଣେ ଦଳିତ ପରିବାରର ପୁରୋହିତ କାମ କରି ଯାହା ପାଆନ୍ତି ସେଥିରେ ପରିବାରର ସଉଦାପତ୍ରକୁ ନିଅଣ୍ଟ । ସାଧାରଣ ନିର୍ବାଚନ ଠାରୁ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁଥିରେ ନିଜର ମତଦାନ ସାବ୍ୟସ୍ତ କରିବା ସହ ଅମୃତ ମହୋତ୍ସବ ପାଳନ କରିବାରେବି ଅବହେଳା କରିନାହାନ୍ତି । ଭାଗ୍ୟକୁ ଆଦରି କାଳ କାଟୁଥିବା ପ୍ରଭାକରଙ୍କ ଭାଗ୍ୟରେ କେବେ ସରକାରଙ୍କ ପକ୍କାଘର ଖଣ୍ଡିଏ ମିଳିବ ସେକେଥା କେବଳ ପ୍ରଶାସନିକ ଅଧିକାରୀ ହିଁ ଜାଣନ୍ତି । ଏନେଇ ପ୍ରଭାକର କହନ୍ତି ଯେ ମୋତେ ଘର ନମିଳିଲା ନାହିଁ ଯଦି ହାଟଡିହି ବ୍ଲକର ବିଡିଓ ନିଜେ ଆସି ମୋ ଅବସ୍ଥା ସ୍ୱଚକ୍ଷୁରେ ଦେଖି ଯାଆନ୍ତେ ତେବେ ମୁଁ ଧନ୍ୟ ହେବି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ