ନୂତନ ମୋଟର ଯାନ ଆଇନରେ ସଂଗୃହୀତ ହୋଇଛି ୩୮ କୋଟିର ଜରିମାନା

ଭୁବନେଶ୍ବର : ଦେଶରେ ନୂତନ ମୋଟରଯାନ ଲାଗୁ ହେବା ପରେ ସଂଗୃହୀତ ଜରିମାନା ରାଶିର ପରିମାଣ ବଢିବାରେ ଲାଗିଛି । ଶେଷ ତିନି ମାସ ମଧ୍ୟରେ ଲାଇସେନ୍ସ ସଂଖ୍ୟା ବଢିଥିବା ବେଳେ ସଂଗୃହୀତ ଜରିମାନା ରାଶି ମଧ୍ୟ ବଢିଛି । ଜରିମାନା ରାଶିର ପରିମାଣ ୩୮.୬୭ କୋଟି ଟଙ୍କା ରହିଛି । ବିଧାନସଭାରେ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଶ୍ରୀ ବେହେରା ଏହି ଉତ୍ତର ଦେଇଥିଲେ । ସେପ୍ଟେମ୍ବର ୧ରୁ ଜାନୁୟାରୀ ୩୧ ତାରିଖ ମଧ୍ୟରେ ୩୮.୬୭ କୋଟି ଟଙ୍କାର ଜରିମାନା ରଖାଯାଇଛି । ସେହିପରି ଉକ୍ତ ସମୟ ମଧ୍ୟରେ ୪ ଲକ୍ଷ ୧୩ ହଜାର ୯୯୪ଟି ନୂତନ ଲାଇସେନ୍ସ ଆବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ