ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ କୋଣାର୍କ ରେ ଯୁବ ସଂସଦ କାର୍ଯ୍ୟକ୍ରମ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଭାରତ ସରକାରଙ୍କ କ୍ରୀଡା ଓ ଯୁବବ୍ୟାପର ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ପୁରୀ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ କୋଣାର୍କ ଯାତ୍ରୀନିବସ ଠାରେ ମଙ୍ଗଳ ବାର ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ନେହୁରୁ ଯୁବ କେନ୍ଦ୍ର ଓ ବସନ୍ତ ମଞ୍ଜରୀ ପାଠାଗାର ର ମିଳିତ ସହଯୋଗରେ ଆୟୋଜିତ କର୍ଯ୍ୟକ୍ରମକୁ ପ୍ରେରଣା ର ନିର୍ଦେଶକ ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀ ଚନ୍ଦନ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବସନ୍ତ ମଞ୍ଜରୀ ପାଠାଗାର ର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ,ରେଡ଼ିଓ ନମସ୍କାର ଅଧକ୍ଷ ଏନ.ଏ. ଶାହା ଅନାସାରି,କୋଣାର୍କ ସାହିତ୍ୟ ସଂସଦ ର ସମ୍ପାଦକ ରବୀନ୍ଦ୍ର ନାଥ ବାହିନୀପତି,ଗାନ୍ଧୀ ବାଦି ଏସ.ଏ.ସଫିକ, ଅଭିନେତ୍ରୀ ତଥା ସମାଜ ସେବୀ ନମ୍ରତା ସିଂ ଦେଓ, ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ ,କୋଣାର୍କ ଥାନାର ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ,ଅଗ୍ନିସମ ଅଧିକାରୀ ଜ୍ୟୋତିପ୍ରକାଶ ପ୍ରକାଶ ରଥ, ସମାଜିକ କର୍ମୀ ଦୃଗା ପ୍ରସାଦ ତ୍ରିପାଠୀ ଓ ସମାଜସେବୀ ରାମ କୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇ ଯୁବ ସମାଜ ସ୍ୱାମୀ ବିବେକାନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ ।ଜାତୀୟ ସେବା ଯୋଜନାର କାର୍ଯ୍ୟସେବା ଅଧିକାରୀ ସୁକାନ୍ତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ରାମକୃଷ୍ଣ ମହାନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ସଂଗଠନ ପକ୍ଷରୁ ଜୀବନ ପ୍ୟାପି ସାଧନା ପାଇଁ ଦୃଗା ପ୍ରସାଦ ତ୍ରିପାଠୀ, ଏନ.ଏ.ଶାହା ଅନାସାରି ,ବିନୟ ଭୂଷଣ ମହାନ୍ତି , ମନୋଜ ତ୍ରିପାଠୀ ଓ ରାମକୃଷ୍ଣ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମ ମଧ୍ୟରେ ଯୋଗ ,ଶୋଭଯାତ୍ରା ,ଜି20 ପାଇଁ ସଚେତନତା ସହ ସଂସ୍କୃତିକ କାର୍ଯ୍ୟକ୍ରମ ବେସ ମନଲୋଭା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ ଯୁବଗୋଷ୍ଠୀ ଭାଗନେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ଉଲ୍ଲେଖନିୟ କାର୍ଯ୍ୟକ୍ରମ ପାଇଁ ୨୦୧୪ ମସିହାରୁ ନିରନ୍ତର ଭାବରେ ଉପକୂଳ ଜୈବ ବିବିଧତା ସଂରକ୍ଷଣ ଦିଗରେ ସ୍ଵେଚ୍ଛାକୃତ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ସଙ୍ଗଠନକୁ ଜିଲ୍ଲା ଶ୍ରେଷ୍ଠ ଯୁବ ସଙ୍ଗଠନ ପୁରସ୍କାର ମିଳିଛି । ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିବା ସଙ୍ଗଠନ ସଦସ୍ୟମାନେ ଟ୍ରଷ୍ଟି ଦିଲ୍ଲୀପ କୁମାର ବିଶ୍ବାଳ,ପ୍ରଭାକର ବିଶ୍ଵାଳ ,ସୁମନ ପ୍ରଧାନ ,ରାହୁଲ ମହାରଣା, ନିହାର ରଞ୍ଜନ ମହାରଣା,ଶିବ ପ୍ରସାଦ ପାତ୍ର ଏହି ଆୟୋଜିତ କର୍ଯ୍ୟରେ ୨୫,୦୦୦ ଟଙ୍କାର ଚେକ୍ ସାଙ୍ଗକୁ ମାନପତ୍ର ପ୍ରଦାନ କରାଯାଇଥିବା ଦେଖିବକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ