ନେହେରୁ ଯୁବ କେନ୍ଦ୍ରର ପ୍ରଶିକ୍ଷଣ ଶିବିର
ବେଲଗୁଣ୍ଠା ,( ସନ୍ତୋଷ ବିଷୋୟୀ) : ଭାରତ ସରକାରଙ୍କ ଯୁବ ଏଵଂ କ୍ରିଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର, ବ୍ରହ୍ମପୁର, ଗଞ୍ଜାମ ତରଫରୁ ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ କ୍ଷତ୍ରୀୟଵରପୁର ଠାରେ ‘ବିଶ୍ବ ଧରିତ୍ରୀ ଦିବସ’ ଏବଂ ‘ଆନ୍ତର୍ଜାତୀୟ ବନ ଦିବସ’ ଅବସରରେ “ସ୍ଵଚ୍ଛ ଗ୍ରାମ ସବୁଜ ଗ୍ରାମ ” ପ୍ରଶିକ୍ଷଣ ଶିବିର ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଵଡଦୋଡଙ୍ଗା ଆଦର୍ଶ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିତେନ କୁମାର ଦାସ ମୁଖ୍ୟ ଅତିଥି ଭାବେ, ବିଶିଷ୍ଟ ଶିକ୍ଷାବିତ ପଣ୍ଡିତ ଗୈାରୀ ଶଙ୍କର ଦାସ ମୁଖ୍ୟ ବକ୍ତା ଭାବେ , ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଏବଂ ବିଶିଷ୍ଟ ସମାଜସେବୀ ଗୈାରହରି ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ବିଷୟରେ ଏବଂ ପରିବେଶ ସୁରକ୍ଷା ଉପରେ ଗଭୀର ରେଖାପାତ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ବେଲଗୁଣ୍ଠା ପଞ୍ଚାୟତ ସମିତି ସଂଯୋଜିକା ଦୀପ୍ତିମୟୀ ବେହେରା ପ୍ରାରମ୍ଭରେ ନେହେରୁ ଯୁବ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅତି ସୁନ୍ଦର ଭାବରେ ତଥ୍ୟ ଉପସ୍ଥାପନ କରିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀ ରୋଜାଲିନ ସାହୁ,ବର୍ଷାରାଣୀ ନାୟକ ଓ ଜୟଶ୍ରୀ ଗୌଡ଼ ପ୍ରାରମ୍ଭିକ ସଙ୍ଗୀତ ଏବଂ ଉଦଯାପନ ସଙ୍ଗୀତ ଗାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୫ଟି ଗ୍ରାମର ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ପ୍ରଶିକ୍ଷତି ଅଂଶଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ କନକ ମଞ୍ଜରୀ ନାୟକ,ନାରାୟଣ ଗୌଡ , ସୁଭାଶିଷ ମହାନ୍ତି ଏବଂ ନାରାୟଣୀ ଯୁବ ସଂଘ,ଲୁଣିପଡା ସମସ୍ତ ପ୍ରକାର ସହଯୋଗ କରିଥିଲେ ।


