ରାଇମଣି ଓ ହୁଙ୍କେଶ୍ୱର ପୀଠରେ ମକରମେଳା

ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଆଳମଙ୍ଗା ଗ୍ରାମସ୍ଥିତ ବାବା ହୁଙ୍କେଶ୍ୱର ପୀଠରେ ୨ ଦିନ ଧରି ଗୀତାଯଜ୍ଞ, କଳସ ଶୋଭାଯାତ୍ରା, ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୂଜା କାର୍ଯ୍ୟରେ ମୁଖ୍ୟ ବାବା କୀର୍ତ୍ତନ ନାୟକଙ୍କ ସମେତ ଅଜିତ୍ ଲେଙ୍କା, ଶ୍ରୀଧର ସେଠୀ, ବାବୁ ଲେଙ୍କା, ବିଦ୍ୟାଧର ଜେନା, ନିରାକର ଜେନା, ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ପ୍ରାୟ ଶହେ ବର୍ଷ ଧରି ଏହି ପୀଠରେ ପୂଜାକାର୍ଯ୍ୟ ଚାଲିଆସୁଅଛି । ସେହିପରି ଗଣିଜାଙ୍ଗ ପଞ୍ଚାୟତ ଅରଞ୍ଜିସ୍ଥିତ ମା ରାଇମଣି ପୀଠରେ ୩ ଦିନ ଧରି ମକରମେଳା ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଅନୁଷ୍ଠିତ ମେଳାରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ରୁଣ୍ଡିଭୂତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ