ନ୍ୟାୟ ନପାଇ ମହିଳାଙ୍କ ଆତ୍ମହୁତି ଉଦ୍ୟମ ,ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ବ୍ରହ୍ମପୁର ଏସ୍‌ପି କାର୍ଯ୍ୟାଳୟ ପରିସରରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବ୍ରହ୍ମପୁର ସହର ବୈଦନାଥପୁର ଥାନା ଅଧିନ ପଣ୍ଡା କଲୋନିର ମହିଳା ବିଜେଡି ଅଭିନେତ୍ରୀ ମିନାକ୍ଷି ମିଶ୍ର ଏସପି କାର୍ଯ୍ୟାଳୟ ଠାରୁ ମାତ୍ର ୨୦ ମିଟର ଦୁରତାରେ ନିଜର ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।ଏଭଳି ଘଟଣା ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନାନୁଯାୟୀ ଗତ ଜାନୁୟାରୀ ମାସ ୨୮ ତାରିଖରେ ମିନାକ୍ଷି ମିଶ୍ର ଓ ତାଙ୍କ ପୁଅ ରାଜା ମିଶ୍ର ମିଶି ଏକ ଭୋଜିକୁ ଯାଉଥିବା ସମୟରେ ଦୁହିଁଙ୍କ ଉପରେ ପ୍ରାୟ ୧୫ ଜଣ ସଂଘବଦ୍ଧ ଭାବରେ ବେଟ୍‌ରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାର ପୋଲିସ ଖୋଳତାଡ କରିବା ସହ ସିସିଟିଭି ଆଧାରରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଥିଲା । ଏହାପ ରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଗୋଟିଏ ଗୋଷ୍ଠିର ୫ ଜଣଙ୍କୁ ଗିରଫ କରିଥିବା ବେଳେ ମିନାକ୍ଷୀ ମିଶ୍ରଙ୍କ ପୁଅ ରାଜାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥିସହ ମିନାକ୍ଷି ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ପୁଅକୁ ମିଥ୍ୟା କେସ୍‌ରେ ଫସାଇ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଅଭିଯୋଗ କରିଥିଲେ । ପୁଣି ବୁଧବାର ଦିନ ମିନାକ୍ଷି ମିଶ୍ର ଏସ୍ପିଙ୍କୁ ଭେଟିବାକୁ ଯାଇଥିଲେ । ଏସ୍‌ପିଙ୍କୁ ଭେଟି ନପାରି ମିନାକ୍ଷି ମିଶ୍ର ନିରାଶ ହେବା ମାନସିକ ଚିନ୍ତାରେ ସେ ନିଜର ଦେହରେ କିରୋସିନି ଢାଳି ନିଆଁ ଲଗାଇ ଗୁରୁତର ଆହାତ ହୋଇ୍‌ଥିଲେ ।ଏହା ପରେ ସେଠାରେ ଭି୍‌ତରେ କିଛି କର୍ମଚାରୀ କାର୍ଯ୍ୟକରୁଥିବା ସମୟରେ ପ୍ରାଣରକ୍ଷା ନିମନ୍ତେ ଚିତ୍କାର କରିଥିଲେ ମିନାକ୍ଷୀ । ଚିତ୍କାର ଶୁଣି କିଛି କର୍ମଚାରୀ ତାଙ୍କୁ କମଳ ଘୋଡାଇ ନିଆଁକୁ ଆୟତ କରିଥିଲେ । ଏଥିସହ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ସେଠାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ନେତ୍ରୀଙ୍କୁ ଦେଖିବା ନିମନ୍ତେ ବହୁ ବିଜେଡି ନେତା ଓ ବହୁ ବିଜେଡି ନେତ୍ରୀ ମେଡିକାଲରେ ପହଞ୍ଚିଥିଲେ । ତାଙ୍କର ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପଟେ ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଏସ୍ପି କାର୍ଯ୍ୟାଳୟ ପରିସର ଭିତରେ କିପରି ମହିଳା ଜଣକ କିରୋସିନି ଧରି ସୁରକ୍ଷାବଳୟ ଭେଦ କରି କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିଥିଲେ । ଏଥିସହ କାର୍ଯ୍ୟାଳୟ ପରିସରରେ କିଭଳି ଭାବରେ ଜଣେ ମହିଳା ନିଜର ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ କେହି ଜାଣିପାରିଲେ ନାହିଁ । ବ୍ରହ୍ମପୁର ଏସ୍ପି କାର୍ଯ୍ୟାଳୟ ପରିସରରେ କିଭଳି ସୁରକ୍ଷା ଦାଇତ୍ୱ ରହୁଛି ତାହା ଏବେ ସବୁ ଠାରୁ ବଡ ପ୍ରଶ୍ନବାଚୀ ହୋଇସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ