ବିଧାୟକ ଶଶୀଭୂଷଣ ଜନ୍ମଦିନ ପାଳିଲେ କଲେଜଛାତ୍ରଛାତ୍ରୀଙ୍କ ମେଳରେ
କେନ୍ଦ୍ରାପଡା : କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଜନ୍ମଦିନ ଆଜି ବୋଲି ସୋସିଆଲ ମିଡିଆରୁ ଜାଣିବା ପରେ କେନ୍ଦ୍ରାପଡା କଲେଜର ଛାତ୍ରଛାତ୍ରୀମାନେ ଜନ୍ମଦିନର କେକ ମଗାଇ କଲେଜ ପରିସରରେ ବିଧାୟକଙ୍କ ଜନ୍ମଦିନ ପାଳନ କରିଥିଲେ । କଲେଜ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଷ୍ଠିତ ସଭା ଶେଷ ହେବା ପରେ କଲେଜ ସମ୍ମୁଖ ପୋର୍ଟିକରେ ବିଧାୟକ ବେହେରା ପିଲାମାନେ ପ୍ରସ୍ତୁତ କରି ରଖିଥିବା ଜନ୍ମଦିନ କେକକୁ କାଟି କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଖୁଆଇ ଥିଲେ । କଲେଜ ଅଧ୍ୟକ୍ଷ ଡଃ.ତ୍ରିପାଠୀ ଓ ପିଲାମାନେ ମଧ୍ୟ ବିଧାୟକଙ୍କୁ ଜନ୍ମଦିନର କେକ ଖୁଆଇଥିଲେ । କାର୍ଯ୍ୟକ୍ରମରେ ଛାତ୍ରନେତା ଚିତ୍ତରଞ୍ଜନ ଦାସ, ଅଭିଶେକ ସ୍ୱାଇଁ, ଯୁବନେତା ମନୋରଞ୍ଜନ ସାହୁ, ମହେନ୍ଦ୍ର ମିଶ୍ର, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


