ପକ୍ଷୀଙ୍କ ପାଇଁ ଫ୍ଲାଟ୍

ଗାଜିଆବାଦରେ ପ୍ରଥମ ଥର ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଫ୍ଲାଟ୍ ନିର୍ମାଣ କରାଯାଇଛି । ଗାଜିଆବାଦ ବିକାଶ ପ୍ରାଧିକରଣ ଲୁପ୍ତ ହୋଇଯାଉଥିବା ପକ୍ଷୀଙ୍କ ପ୍ରଜାତି ବଞ୍ଚାଇ ରଖିବା ପାଇଁ ଏପରି ପଦକ୍ଷେପ ହାତକୁ ନେଇଛି । ଏହି ବାର୍ଡ ଫ୍ଲାଟ୍ ଜିଡିଏ ଉପାଧ୍ୟକ୍ଷାଙ୍କ ଆବାସରେ ନିର୍ମାଣ କରାଯାଇଛି । ଏଥିରେ ୬୦ ପକ୍ଷୀ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଲୁହା ଖୁଣ୍ଟରେ ଫ୍ଲାଟ୍ଟିକୁ ନିର୍ମାଣ କରାଯାଇଛି । ଖରାବର୍ଷା ଦାଉରୁ ପକ୍ଷୀମାନେ ରକ୍ଷା ପାଇବା ଲାଗି ଉପରେ ଛାତ ରହିଛି ।
ଜିଡିଏର ଉପାଧ୍ୟକ୍ଷା କାଞ୍ଚନ ବର୍ମା କୁହନ୍ତି, ଏହି ଫ୍ଲାଟ୍ ତିଆରି କରିବା ପାଇଁ ପ୍ରଥମେ ପ୍ରାକୃତିକ ଦୃଶ୍ୟରାଜି ନିକଟରେ ଥିବା ଆପାର୍ଟମେଣ୍ଟର ଲୋକଙ୍କୁ ଭେଟିବାକୁ ପଡ଼ିଥିଲା । ପକ୍ଷୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଫ୍ଲାଟ୍ରେ ୨ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ପକ୍ଷୀମାନେ ଗାଧୋଇବା ପାଇଁ ପୁଲ୍ ରହିଛି । ଏହାସହିତ ନିୟମିତ ପାଣି ବଦଳାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ବାର୍ଡ ଫ୍ଲାଟ୍ର ଉଚ୍ଚତା ୧୫ ଫୁଟ ହୋଇଥିବାବେଳେ ଏଥିରେ ୧୦ ଫୁଟ ଲମ୍ବ ଏବଂ ୫ ଫୁଟ ଚଉଡ଼ାର ଖୁଣ୍ଟ ସବୁ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ