କାଠରେ ନିର୍ମିତ ୨୪ ମହଲା ବିଶିଷ୍ଟ ଅଟ୍ଟାଳିକା

ଗୋଟିଏ ଘର ତିଆରି ପାଇଁ ସିମେଣ୍ଟ, ପଥର ଗୋଡ଼ିଠାରୁ ଆରମ୍ଭ କରି ବିଭିତ୍ତ ସାମଗ୍ରୀ ବ୍ୟବହାର କରାଯାଇଥାଏ । ହେଲେ ଏକ ଅଟ୍ଟାଳିକା ନିର୍ମାଣ ପାଇଁ ଏହାର ପିଲାରକୁ ଛାଡିଦେଲେ କେବଳ କାଠର ବ୍ୟବହାର ହୋଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଚୀନ୍ର ଗୁଇଝୋଉ ପ୍ରାନ୍ତର ୟିଙ୍ଗଶାନ ସହରରେ ରହିଛି ୨୪ ମହଲା ବିଶିଷ୍ଟ ଏହି ଅଟ୍ଟାଳିକା । ଯାହାର ଉଚ୍ଚତା ୯୯.୯ ମିଟର । ଏହି ଅଟ୍ଟାଳିକାରେ କେବଳ କାଠ ବ୍ୟବହାର ହୋଇ ନିର୍ମାଣ କରାଯାଇଛି । ଏଥିରେ ୧୫୦ରୁ ଅଧିକ କୋଠରୀ ରହିଛି । ଅଟ୍ଟାଳିକାକୁ ଶକ୍ତ କରିବା ପାଇଁ ଏଥିରେ ଦେବଦାରୁ ଗଛର କାଠ ବ୍ୟବହାର ହୋଇଛି । କାନ୍ଥଠାରୁ ଆରମ୍ଭକରି ଛାତ ପର୍ଯ୍ୟନ୍ତ ସବୁକିଛି କେବଳ କାଠରେ ନିର୍ମିତ ହୋଇଛି । ବର୍ତ୍ତମାନ ଏହି ଅଟ୍ଟାଳିକା ଖାଲିପଡ଼ିଛି । ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଏହାକୁ ନିର୍ମାଣ କରିଛନ୍ତି ଶିଳ୍ପୀ ସୁଇ ହଙ୍ଗ । ଏଥିପାଇଁ ତାଙ୍କୁ ୨ ବର୍ଷ ସମୟ ଲାଗିଛି । ୩ ବର୍ଷ ପୂର୍ବରୁ ସେ ଏହାର ଡିଜାଇନ୍ କରିସାରିଥିଲେ । ମାତ୍ର ଏହାର ରୂପରେଖ ପାଇଁ ୧ ବର୍ଷରୁ ଅଧିକ ସମୟ ଲାଗିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ