ପଞ୍ଚମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରବିବାର ଦିନ ପଞ୍ଚମ ପର୍ଯ୍ୟାୟରେ ପୁନଃ ସତ୍ୟବାଦୀର ବକୁଳବନ ସଫେଇ ସହ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ଘୋଷଣା ଅନୁଯାୟୀ ଅଭିଯାନର ଶତାଧିକ ସଦସ୍ୟ ପଞ୍ଚସଖାଙ୍କ ପୀଠ ସଫେଇ ସହ ବୃକ୍ଷରୋପଣ କରାଯାଇଥିଲା । ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ଆହ୍ୱନକ୍ରମେ ଓ ସଂଯୋଜକ କିଶନ ବରାଇଙ୍କ ସହଯୋଗରେ ପଞ୍ଚସଖାଙ୍କ ସ୍ମୃତି•ରଣ କରାଯିବା ସହିତ ଚତୁଃପାଶ୍ୱର୍ ସଫେଇ କାର୍ଯ୍ୟ ଓ ସ୍ମୃତି ପୀଠାରେ ତୁଳସୀ ଗଛ ରୋପଣ କରାଯାଇଥିଲା ଏଠାରେ ସୂଚନାଯୋଗ୍ୟ ଯେ, ଫନି ବାତ୍ୟ।।ରେ ବକୁଳବନର ବ୍ୟାପକ କ୍ଷୟକ୍ଷତି ଘଟିଛି । ପୁରା ଅଞ୍ଚଳ ବିପର୍ଯ୍ୟସ୍ତ ଅବସ୍ଥାରେ ଏବେ ବି ପଡ଼ିରହଛି । ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିର ମଧ୍ୟ ରକ୍ଷଣାବେକ୍ଷଣ ହୋଇପାରୁ ନାହିଁ । ସତ୍ୟବାଦୀର ବକୁଳବନ ହେଉଛି ଓଡ଼ିଆ ଜାତିର ପାଞ୍ଚ ମହାନାୟକ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆ•ର୍ଯ୍ୟ ହରିହର ଓ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ସାଧନାସ୍ଥଳ । ଏହିଠାରେ ହିଁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଯାହାକୁ ମଣିଷ ତିଆରି କାରଖାନା ବୋଲି କୁହାଯାଉଥିଲା । ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଯୁବକମାନେ ନିଷ୍ଠା, ସମର୍ପଣଭାବ ତଥା ପୂଜ୍ୟମାନଙ୍କୁ ଯଥା ସମ୍ମାନ କରି ନିଜ ନିଜ କ୍ଷେତ୍ରରେ ବରପୁତ୍ରମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଫନୀ ବାତ୍ୟାରେ ଏକ ଅଙ୍ଗ ହରାଇଥିବା ସମାଜସେବୀ ଲକ୍ଷ୍ମୀଧର ଜେନା ବୃକ୍ଷ ରୋପଣ କରିବା ସହିତ ଅଭିଯାନର ସଦସ୍ୟମାନେ ବ୍ୟାପକଭାବେ ଏଥିରେ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ ଅଞ୍ଚଳର କିଛି ସାମାଜିକ ଅନୁଷ୍ଠାନ ସହଯୋଗ କରିବା ସହିତ ପୂଜ୍ୟପୂଜା ସଂସ୍କୃତି ଅଭିଯାନ ସହିତ ସାମିଲ୍ ହୋଇ ସଫେଇ କାର୍ଯ୍ୟ, ବୃକ୍ଷରୋପଣ କରିବା ସହିତ ଏହାର ସୁରକ୍ଷା ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସରକାରଙ୍କ ଉପରେ ନିର୍ଭର ନ କରି ନିଜ ନିଜ କ୍ଷେତ୍ରରେ ସମସ୍ତେ ଆଗେଇ ଆସି ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଏବଂ ଚତୁପାଶ୍ୱର୍ ସବୁଜିମା କରିବା ପାଇଁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରାଯାଇଥିଲା । ଏହି ଅଭିଯାନରେ ସଂଯୋଜକ କିଶନ ବରାଇ, ଯୁଗ୍ମ ସଂଯୋଜକ ନାରାୟଣ ଚନ୍ଦ୍ର ଓଝା, ନାରାୟଣ ଖୁଣ୍ଟିଆ, ଅଲେଖ ଜେନା, ମନୋରଞ୍ଜନ ବାରିକ, ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସୀତାଂଶୁ ଶେଖର ମହାରଣା, ନିରଞ୍ଜନ ସାହୁ, ଲକ୍ଷ୍ମୀଧର ଜେନା, ସୀତାବଲ୍ଲଭ ମହାପାତ୍ର, ଲକ୍ଷ୍ମଣ ଦାସ, ବିଜୟ ପରିଡ଼ା ସୁନିଲ୍ ମିଶ୍ର, ସମିତା ମହାରଣା, ହାପି କର, ସଂଗ୍ରାମ କେଶରୀ ବଳିୟାରସିଂ ପ୍ରମୁଖ ସାମିଲ୍ ହୋଇଥିଲେ । ପରିଶେଷରେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ଶତପଥୀ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନଙ୍କୁ ପ୍ରତି ରବିବାର ଦିନ ସକାଳ ୮ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ଦୁଇଘଣ୍ଟା ସମୟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସୁରକ୍ଷା ସହ ବୃକ୍ଷ ରୋପଣ ତଥା ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଶପଥ କରାଇଥିଲେ ।


