ପଞ୍ଚାୟତକୁ ଦୁଇ ଦିନିଆ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କରୋନା ସଂକ୍ରମଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ବ୍ଲକରେ ଏଯାଏଁ ୨୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଅଛନ୍ତି ।ଜାମଦା ବ୍ଲକର ବଡଦୁନ୍ଦୁ ପଞ୍ଚାୟତରେ ଅଗଷ୍ଟ ପ୍ରଥମ ସପ୍ତାହରେ ବଡଦୁନ୍ଦୁ ଗ୍ରାମରେ ଜଣେ ପୁରୁଷ ଓ ୨ ମହିଳା ଆକ୍ରାନ୍ତ ହୋଇଥିଲେ ।ପରେ ୧୧ ଅଗଷ୍ଟ ରେ ରୁଗୁଡିଡିହି ଗ୍ରାମର ମହିଳା କୋଭିଡ ମହିଳା ଯୋଦ୍ଧା ଆକ୍ରାନ୍ତ ହୋଇଥିଲେ ।ଦୁନ୍ଦୁଗ୍ରାମରେ ଦୁଇ ମହିଳା ଏବଂ ଜାରକଖଣି ଗ୍ରାମର ଜଣେ ପୁରୁଷ ଆକ୍ରାନ୍ତ ହୋଇ ଦୁନ୍ଦୁଭି ଗ୍ରାମରେ ସମୁଦାୟ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି ‌। ତେଣୁ ପରିସ୍ଥିତି ଗୁରୁତର ଏବଂ କ୍ରୋଧାନ୍ୱିତ ସଂକ୍ରମଣକୁ ରୋକିବା ଲଗାଇବା ପାଇଁ ବଡଦୁନ୍ଦୁ ସରପଞ୍ଚ ବାବୁଲା ଟୁଡୁ ପଞ୍ଚାୟତକୁ ବୁଧବାର ଏବଂ ଗୁରୁବାର ଦୁଇ ଦିନ ଧରି ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ