ପଞ୍ଚାୟତରେ ଭତ୍ତା ବାଣ୍ଟିଲେ ବିଧାୟକ ପ୍ରତିନିଧି

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତରେ ମଧୁବାବୁ ପେନ୍‌ସନ୍ ଯୋଜନାରେ ୭୮ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଏଥିରେ ବିଧାୟକଙ୍କ ପ୍ରତିନିଧି ଇଂ. ପ୍ରୟାସକାନ୍ତି ସାମଲ ଯୋଗ ଦେଇ ଯେଉଁ ହିତାଧିକାରୀ ମାନେ ଭତ୍ତା ପାଇବାରୁ ବଞ୍ôଚତ ହୋଇଛନ୍ତି ସେମାନଙ୍କୁ ବିଧାୟକଙ୍କ ବ୍ୟକ୍ତିଗତ ଅର୍ଥରୁ ୫ଶହ କରି ପ୍ରଦାନ କରାଯିବ ବୋଲି କହିଥିଲେ । ଯୁବନେତା ଭବେନ୍ଦ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ସରପଞ୍ଚ ମିନାକୁମାରୀ ଜେନା, ପୂର୍ବତନ ସରପଞ୍ଚ ବିଜୟ ଜେନା, ଶଙ୍କର୍ଷଣ ରଥ ଉପସ୍ଥିତ ଥିଲେ । ପରେ ୪ଲକ୍ଷ ଟଙ୍କା ଅନୁଦାନରେ ଆରଡ଼େଶ୍ୱର ମହାଦେବ ମନ୍ଦିରର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଥିଲା । ସେହିପରି ଚାରିଗାଁ ପଞ୍ଚାୟତରେ ୧୩୧ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ସରପଞ୍ଚ ଗୀତିକା ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ପୂର୍ବତନ ସରପଞ୍ଚ ବନମାଳୀ ବେହେରା, ସମିତିସଭ୍ୟ ଧରଣୀଧର କର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ